କନକବ୍ୟୁରୋ : ସାର ପାଇଁ ଆଧାରକାର୍ଡର ଲମ୍ବା ଲାଇନ ।  ପ୍ୟାକ୍ସ ଆଗରେ ରାତି ୩ଟାରୁ ଚାଷୀଙ୍କ ଲମ୍ବା ଧାଡ଼ି ଲାଗିଛି  ।  ଯେତିକି ସାର ଆସିଛି ତା’ଠାରୁ ଅଧିକ ଚାଷୀ ଅପେକ୍ଷାରେ ଅଛନ୍ତି ।  ୟୁରିଆ ସାର ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀଙ୍କ ପ୍ରତିବାଦର ଚିତ୍ର ସାମ୍ନାକୁ ଆସୁଛି ।  ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଗୌଡଗୋଠ ପ୍ୟାକ୍ସରେ ଆଜି ସକାଳୁ ଏଭଳି ଚିତ୍ର ଦେଖିବାକୁ ମିଳିଛି ।  କୃଷି ସମବାୟ ସମିତି ସମ୍ମୁଖରେ ଚାଷୀଙ୍କ ନାହିଁ ନଥିବା ଭିଡ଼ ।  ପ୍ରାୟ ୮ଶହରୁ ଅଧିକ ଚାଷୀ ଲାଇନରେ ଛିଡ଼ା ହେବା ଅସମ୍ଭବ ହୋଇଥିବାରୁ ଆଧାର କାର୍ଡକୁ ଲମ୍ବା ଲାଇନ ରଖାଯାଇଛି ।  ଗୌର ଗୋଠ ପ୍ୟାକ୍ସରେ ୭୬୦ ଜଣ ଚାଷୀ ଧାନ ବିକ୍ରୀ କରିବା ପାଇଁ ପଞ୍ଜୀକୃତ କରିଥିବା ବେଳେ ୩୧୫ ବସ୍ତା ସାର ଆସିଛି ।  ପ୍ରଥମେ ଋଣ ନେଇଥିବା ଚାଷୀଙ୍କୁ ୟୁରିଆ ସାର ଦେବାର ନିୟମ ସରକାର କରିଥିବାରୁ । ଅନ୍ୟ ଚାଷୀ ଆଧାର କାର୍ଡ ଲାଇନରେ ରଖିଛନ୍ତି  ।