କନକ ବ୍ୟୁରୋ ପୁରୀ ଜିଲ୍ଲାରେ ବିଜେଡିର ଛଅ ଘଣ୍ଟିଆ ହରତାଳ । ଘଟଣାରେ ପୁଲିସ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବା ଦାବିରେ ଦଳ ଜିଲ୍ଲାରେ ସକାଳ ୬ଟାରୁ ୧୨ଟା ଯାଏଁ ଜିଲ୍ଲା ବନ୍ଦ ପାଳନ କରିଛି । ବିଜେଡି ନେତା ଓ କର୍ମୀ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିବା ସହ ବିକ୍ଷୋଭ କରିଥିଲେ । ବଳଙ୍ଗା ବଜାର ବି ଖାଁ ଖାଁ ରହିଥିଲା । ୬ ଘଣ୍ଟା ଯାଏଁ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ଗାଡି ଚଳାଚଳ ବି ପ୍ରଭାବିତ ହୋଇଥିଲା ।
ତେବେ ଦିନ ୧୨ଟା ପରେ ସବୁ ସ୍ବାଭାବିକ ହୋଇଛି । କଂଗ୍ରେସ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛି । ବଳନ୍ତା ପୀଡିତାଙ୍କୁ ନ୍ୟାୟ ଦାବିରେ କାଲି ଡିଜି ଅଫିସ ଘେରାଉ କରିବ କଂଗ୍ରେସ । ୧୦ ତାରିଖରେ ନାରୀ ନ୍ୟାୟ ପଦଯାତ୍ରା ହେବ କାଲି ଯଦିଓପି ପୁଲିସ ଘଟଣାରେ କେହି ସଂପୃକ୍ତି ନାହିଁ ବୋଲି ସ୍ପଷ୍ଟୀକରଣ ଦେଇସାରିଛି, ପ୍ରଶ୍ନ ଉଠୁଛି, ପୁରା ଘଟଣା ପଛରେ ସତ କଣ ।
ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଂଚର ତଦନ୍ତ ଚାଲିଛି । ଆଜି ୩ ଜଣ ସୁରକ୍ଷାଗାର୍ଡଙ୍କୁ ପଚରାଉଚରା କରିଛି ତଦନ୍ତକାରୀ ଏଜେନ୍ସି । କିଛି ଜବତ ସାମଗ୍ରୀର ଯାଂଚ ସରିଥିବାବେଳେ ଆଉ କିଛିର ଯାଂଚ ଚାଲିଛି । ତେବେ ତଦନ୍ତକାରୀ ଅଫିସର ଡିଏସପି ବଦଳିନଥିବା ସ୍ପଷ୍ଟ କରିଛନ୍ତି ଏସପି । ଏଫଏମ ଘଟଣା ସମ୍ୱେଦନଶୀଳ ମାମଲା ହୋଇଥିବାରୁ ଏଥିପାଇଁ ସମୟ ଲାଗିବ । ତଥ୍ୟ ସଂଗ୍ରହ କରି ସତ୍ୟର ସନ୍ଧାନ କରୁଛି କ୍ରାଇମବ୍ରାଂଚ । ତେବେ ଅନେକ ତଥ୍ୟ ମିଳିଛି, କିନ୍ତୁ ତଦନ୍ତ ଚାଲିଥିବାରୁ କିଛି କହିବାକୁ ମନା କରିଛନ୍ତି ଏସପି ।
ଏଫଏମ କି ବଳଙ୍ଗା ଘଟଣା ନୁହେଁ ପୂର୍ବରୁ ମମିତା, ବେବିନା ଠାରୁ ଆରମ୍ଭ କରି ଅନେକ ଝିଅଙ୍କ ଜୀବନ ଯାଇଛି। କିନ୍ତୁ ଆମ ବ୍ୟବସ୍ଥାର ତ୍ରୁଟି ଯୋଗୁଁ ସତ ପଦାକୁ ଆସୁନି । ରାଜନୈତିକ ଦଳ ମାନେ କେବଳ ବିକ୍ଷୋଭ ଓ ଆନ୍ଦୋଳନରେ ସୀମିତ ରହୁଛନ୍ତି । ପ୍ରଶ୍ନ ଉଠୁଛି, ବଳଙ୍ଗା ଓ ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ସତର ପର୍ଦ୍ଦାଫାସ ହେବ କେବେ ।