କନକ ବ୍ୟୁରୋ: ମିସ ୱାର୍ଲଡ-୨୦୨୫ ବିଜୟନୀଙ୍କ ନାଁ ଘୋଷଣା ହୋଇଛି । ହାଇଦ୍ରାବାଦରେ ହୋଇଥିବା ଏହି ଗ୍ରାଣ୍ଡ ଇଭେଣ୍ଟରେ ଥାଇଲାଣ୍ଡର ଅପଲ ସୁଚାତା ପ୍ରଥମ ହୋଇ ମିସ ୱାର୍ଲଡ ହୋଇଛନ୍ତି । ବିଶ୍ବର ବିଭିନ୍ନ ଦେଶରୁ ଆସିଥିବା ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ପ୍ରତିଯୋଗିତାରୁ ଭାରତର ସୁନ୍ଦରୀ ନନ୍ଦିନୀ ଗୁପ୍ତା ଆଉଟ ହୋଇଯାଇଥିଲେ । ଟପ ୮ରେ ବି ତାଙ୍କୁ ସ୍ଥାନ ମିଳିନଥିଲା । ଅପଲ ସୁଚାତାଙ୍କ ଜନ୍ମ ୨୦୦୩ ସେପେଟମ୍ବର ୨୦ରେ ଥାଇଲାଣ୍ଡରେ ହୋଇଥିଲା । ମିସ ୱାର୍ଲଡ ଜିତିବାରେ ସେ ହେଉଛନ୍ତି ଥାଇଲାଣ୍ଡର ପ୍ରଥମ ମହିଳା । ଏହାପର୍ବରୁ ସେ ମିସ ୱାର୍ଲଡ ଥାଇଲାଣ୍ଡ-୨୦୨୪ ଜିତିଥିଲେ ।  ଅପଲ ସୁଚାତା ୨୦୨୪ରେ ମିସ ୱାର୍ଲଡ ପ୍ରତିଯୋଗିତାରେ ଭାଗ ନେଇଥିଲେ । କିନ୍ତୁ ତୃତୀୟ ସ୍ଥାନରେ ରହିଥିଲେ । ରାଜସ୍ଥାନର ନନ୍ଦିତା ଗୁପ୍ତା  ୨୦୨୩ରେ ଫେମିନ ମିସ ଇଣ୍ଡିଆ ୱାର୍ଲ୍ଡ ଜିତିଥିଲେ ।