ଉଗ୍ର ହେଉଛି ଥାଇଲାଣ୍ଡ-କମ୍ବୋଡିଆ ଯୁଦ୍ଧ, ଶକ୍ତିଶାଳୀ ଯୁଦ୍ଧାସ୍ତ୍ର ସହ ପରସ୍ପର ଉପରେ ଘନଘନ ଆକ୍ରମଣ କରୁଛନ୍ତି ଉଭୟ ଦେଶ

Advertisment

୩୫ରୁ ଅଧିକ ମୃତ, ଭାରତର ଆଭିମୁଖ୍ୟ ଉପରେ ବିଶ୍ବର ନଜର

୩୫ରୁ ଅଧିକ ମୃତ, ଭାରତର ଆଭିମୁଖ୍ୟ ଉପରେ ବିଶ୍ବର ନଜର

‘ଶିବ ମନ୍ଦିର’ ପାଇଁ ସଂଘର୍ଷ

‘ଶିବ ମନ୍ଦିର’ ପାଇଁ ସଂଘର୍ଷ Photograph: (KanakNews)

କନକ ବ୍ୟୁରୋ:  ଦୀର୍ଘଦିନ ଧରି କାମ୍ବୋଡିଆ ଓ ଥାଇଲ୍ୟାଣ୍ଡ ମଧ୍ୟରେ ଥିବା ସୀମା ବିବାଦ ସାମରିକ ସଂଘର୍ଷର ରୂପ ନେଇଛି । ଗତକାଲି ୬ଟି ସ୍ଥାନରେ ଦୁଇଦେଶର ଯବାନ ମୁହାଁମୁହିଁ ହୋଇଥିଲେ । ଆଜି ଏହା ଆହୁରି ଅଧିକ ସ୍ଥାନକୁ ବ୍ୟାପିଛି । ଥାଇଲାଣ୍ଡ ଉପରେ କାମ୍ୱୋଡିଆ ଜୋରଦାର ଆକ୍ରମଣ କରୁଥିବା ବେଳେ ଥାଇଲାଣ୍ଡ ଯବାନ ମଧ୍ୟ କଡ଼ା ଜବାବ ଦେଉଛନ୍ତି । ଥାଇଲାଣ୍ଡ ଉପରେ କାମ୍ୱୋଡିଆ ଆଜି ୨୦ ସେକେଣ୍ଡ୍‌ ମଧ୍ୟରେ ୨୦ ଥର ରକେଟ୍ ମାଡ଼ କରିଛି ।  ଦୁଇ ଦେଶର ସାମରିକ କାର୍ଯ୍ୟାନୁଷ୍ଠାନ ଫଳରେ ବଢ଼ୁଛି ମୃତାହତଙ୍କ ସଂଖ୍ୟା ।

ଏହା ମଧ୍ୟରେ ବହୁ ସଂଖ୍ୟାରେ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଯୁଦ୍ଧ ଭୟରେ ଦୁଇଦେଶର ସୀମା ନିକଟବର୍ତ୍ତୀ ଅଞ୍ଚଳରୁ ନିରାପଦ ସ୍ଥାନକୁ ପ୍ରାୟ ଦେଢ଼ଲକ୍ଷ ଲୋକ ପଳାୟନ କରିଛନ୍ତି । ଯୁଦ୍ଧରୁ ନିବୃତ୍ତ ରହିବା ପାଇଁ କାମ୍ୱୋଡିଆ ଓ ଥାଇଲାଣ୍ଡ ଉପରେ ଆନ୍ତର୍ଜାତିକ ଚାପ ବଢ଼ୁଛି । କୂଟନୈତିକ ସ୍ତରରେ କିମ୍ୱା ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ଥାଇଲାଣ୍ଡ ଆଗ୍ରହ ପ୍ରକାଶ କରିଛି। କିନ୍ତୁ କାମ୍ୱୋଡିଆ ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ । ମିଳିତ ଜାତିସଂଘ ଉଦ୍‌ବେଗ ପ୍ରକାଶ କରିଛି । ଯଥା ସମ୍ଭବ ସଂଯମ ଆଚରଣ ଓ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଜାତିସଂଘ ମହାସଚିବ ଦୁଇଦେଶକୁ ପରାମର୍ଶ ଦେଇଛନ୍ତି । ଥାଇଲାଣ୍ଡରେ ଥିବା ଭାରତୀୟମାନେ କୌଣସି ବିବାଦୀୟ ଅଞ୍ଚଳକୁ, ବିଶେଷକରି ୭ଟି ପ୍ରଦେଶକୁ ନଯିବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ସତର୍କତା ଜାରି କରାଯାଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe