କନକ ବ୍ୟୁରୋ : କିଛି ଲୋକଙ୍କୁ ଆଇସକ୍ରିମ୍ ଖାଇବାକୁ ଭଲ ଲାଗେ । ଆଉ କିଛି ଲୋକଙ୍କୁ ଥଣ୍ଡା , ମିଠା ଆଇସକ୍ରିମ୍ ପାଟିରେ ଦେବାକୁ ମଧ୍ୟ ପସନ୍ଦ ନୁହଁ । କାହାର ଟେଷ୍ଟ୍ କେମିତି , ଖାସ୍ କରି ପିଲାମାନଙ୍କୁ ଆଇସକ୍ରିମ୍ ଖାଇବା ଅଧିକ ପସନ୍ଦ ଥାଏ । ବାହାରକୁ ଗଲେ କନ୍ଦାକଟା କରି ଆଇସକ୍ରିମ୍ ଖାଇବାର କଳା ପିଲାଙ୍କଠୁ ଅଧିକ କିଏ ଜାଣେ । ତେବେ ଆପଣଙ୍କୁ ଆଇସକ୍ରିମ୍ ଖାଇବାକୁ ଭଲ ଲାଗେ ନା ନାହିଁ ? ଭାବନ୍ତୁ ଆପଣ ଗୋଟିଏ ଦୋକାନକୁ ଆଇସକ୍ରିମ୍ କିଣି ଖାଇବାକୁ ଯାଇଥିବେ , କଭର୍ ଚିରୁ ଚିରୁ ଆଇସକ୍ରିମରେ ସାପଟିଏ ବାହାରି ପଡ଼ିବ ; ଆପଣଙ୍କ ପ୍ରତିକ୍ରିୟା ସେତେବେଳେ କ’ଣ ରହିବ ? ଆପଣ ମନେ ମନେ ଭାବୁଥିବେ କେମିତି ଅବାନ୍ତର କଥା ସବୁ ଲେଖୁଛନ୍ତି । ଆଇସକ୍ରିମରେ ସାପ ବାହାରିଆସିବ .. ସାପ କ’ଣ ଆଇସକ୍ରିମ୍ ଖାଇବାକୁ ଯାଇଥିଲା ! ଯଦି ଆପଣଙ୍କ ମନରେ ଏଭଳି ପ୍ରଶ୍ନ ଆସୁଛି ତାହେଲେ ଆମେ ଆପଣଙ୍କୁ କହିରଖୁଛୁ ଏମିତି ଏକ ଘଟଣା ସତରେ ଘଟିସାରିଛି ।

Advertisment
snake 1
snake 1 Photograph: (google)

ଘଟଣାଟି ହେଉଛି ସୁଦୂର ଥାଇଲ୍ୟାଣ୍ଡର । ଥାଇଲ୍ୟାଣ୍ଡ ମୁୱାଙ୍ଗ ରଟଚାବୁରୀ ଅଞ୍ଚଳରେ ରହୁଥିବା ଯୁବକ ରେବାନ୍ ନକ୍ଲିୟାଙ୍ଗବୁନ୍ ଦୋକାନରୁ ଗୋଟିଏ ବ୍ଲାକ୍ ବିନ୍ ଆଇସକ୍ରିମ୍ କିଣି ଯେତେବେଳେ କଭର୍ ଖୋଲିଥିଲେ , ତାଙ୍କ ଲୋମ ଟାଙ୍କୁରି ଉଠିଥିଲା । ସେ ଗୋଟିଏ ମଲା ସାପ ଆଇସକ୍ରିମରେ ଜମିଥିବା ଦେଖିବାକୁ ପାଇଲେ । ରୋଚକ କଥା ହେଉଛି , ସାପଟି କୌଣସି ସାଧାରଣ ପ୍ରଜାତୀର ସାପ ନୁହଁ ବରଂ ଗୋଲ୍ଡେନ୍ ଟ୍ରି ସ୍ନେକ୍ ଥିଲା । ଯାହାର ଲମ୍ବ ପାଖାପାଖି ୭୦ ରୁ ୧୩୦ ସେ.ମିର ହୋଇଥାଏ । କିନ୍ତୁ ଆଇସକ୍ରିମରେ ଜମିଥିବା ସାପଟିର ଲମ୍ବ ୨୦ ରୁ ୪୦ ସେ.ମିର ଥିଲା । ଯେଉଁଥିରୁ ଜଣାପଡୁଛି ଯେ ଏହା ଏକ ସାପ ଛୁଆ ।

snake snake
snake snake Photograph: (google)

ସୋସିଆଲ୍ ମିଡିଆରେ ଆଇସକ୍ରିମ୍ ର ଫଟୋ ଭାଇରାଲ୍ ହେବା ପରେ ଲୋକ ଭୟରେ ଅଛନ୍ତି । ଭାଇରାଲ୍ ଫଟୋକୁ ନେଇ କିଏ କେତେପ୍ରକାର ଟିପ୍ପଣୀ ଦେଉଛନ୍ତି । କିଏ ରାସ୍ତାକଡ଼ରେ ବିକ୍ରି ହେଉଥିବା ଖାଦ୍ୟରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଉଛନ୍ତି ତ ଆଉ କିଏ ମଜାରେ ଫ୍ରି ପ୍ରୋଟିନ୍ ସପ୍ଲିମେଣ୍ଟ୍ ମିଳିଥିବା କଥା କହୁଛନ୍ତି । ତେବେ ଏମିତି ଆଇସକ୍ରିମରୁ ସାପ ବାହାରିବା ଘଟଣା ପ୍ରଥମ ନୁହଁ ଏହା ପୂର୍ବରୁ ଆଇସକ୍ରିମ୍ କଟା ଆଙ୍ଗୁଠି ମିଳିଥିବାର ଖବର ମଧ୍ୟ ଆସିଥିଲା ।