ଓଡ଼ିଶା ମାଟିରେ ବିଦେଶୀ ବରକୋଳି, ଚାଷ କରି ଉଦାହରଣ ପାଲଟିଲେ ଦିଲ୍ଲୀପ

Advertisment

ଓଡ଼ିଶା ମାଟିରେ ଥାଇଲାଣ୍ଡ ବରକୋଳି । ଚାଷ କରି ଉଦାହରଣ ପାଲଟିଲେ ଦିଲ୍ଲୀପ । ୟୁଟ୍ୟବ୍ ଦେଖି ଆରମ୍ଭ କରିଥିଲେ ଚାଷ । ୧୦ ଗୁଣ୍ଠ ଜମିରେ ୨ ଶହ ଚାରା ଲଗାଇ କରୁଛନ୍ତି ରୋଜଗାର । 

ଓଡ଼ିଶା ମାଟିରେ ଥାଇଲାଣ୍ଡ ବରକୋଳି । ଚାଷ କରି ଉଦାହରଣ ପାଲଟିଲେ ଦିଲ୍ଲୀପ । ୟୁଟ୍ୟବ୍ ଦେଖି ଆରମ୍ଭ କରିଥିଲେ ଚାଷ । ୧୦ ଗୁଣ୍ଠ ଜମିରେ ୨ ଶହ ଚାରା ଲଗାଇ କରୁଛନ୍ତି ରୋଜଗାର । 

23-Thailand fruit

କନକ ବ୍ୟୁରୋ: ମନରେ ଅସଫଳ ହେବାର ଭୟ ଥିଲା । ପାଖରେ ଅର୍ଥ ନଥିଲା । ତଥାପି ଯୁବ ଚାଷୀ ଆରମ୍ଭ କରିଛନ୍ତି ନୂଆ ପ୍ରଣାଳୀର ଚାଷ । ଓଡିଶା ମାଟିରେ ଫଳାଇଛନ୍ତି ବିଦେଶୀ ବରକୋଳି । ଖୁବ କମ ଦିନରେ କେବଳ ସଫଳ ଚାଷୀ ହୋଇନାହାନ୍ତି । ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।
 
କଟକ ନରସିଂହପୁର ବ୍ଲକ ମଇଗଡ଼ ଗାଁର ଦିଲ୍ଲୀପ ବେହେରା । ଚାକିରି ପଛରେ ନପଡ଼ି ୟୁଟ୍ୟୁବ ଦେଖି ଆରମ୍ଭ କରିଛନ୍ତି ବରକୋଳି ଚାଷ । ଦଶ ଗୁଣ୍ଠ ଜାଗାରେ ଥାଇଲାଣ୍ଡ କୋଳି ଲଗାଇ ଭଲ ରୋଜଗାର କରୁଛନ୍ତି । ପ୍ରଥମେ ଏହି ଚାଷ କରିବା ପାଇଁ କୃଷି କାର୍ଯ୍ୟାଳୟରେ ପରାମର୍ଶ ନେଇ ଅଳ୍ପ କିଛି ଚାରା ଲଗାଇଥିଲେ । ଏଥିରେ ସଫଳ ହେବାରୁ ପୁଣି ୨ଶହ ଚାରା ଲଗାଇଲେ । ଏବେ ଭଲ ଫଳ ଆସିଥିବା ବେଳେ ଭଲ ରୋଜଗାର ମଧ୍ୟ ହେଉଛି । 

ଚାରୋଟି ପ୍ରଜାତିର କୋଳି ଚାଷ କରିଛନ୍ତି ଦିଲ୍ଲୀପ । ବର୍ଷକ ତଳେ ଚାଷ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଭଲ ଅମଳ ହେଉଛି । ଏହା ଦ୍ବାରା ସେ ନିଜେ ରୋଜଗାର କରିବା ସହ ତାଙ୍କ ଜମିରେ ଅନ୍ୟମାନଙ୍କୁ ନିୟୋଜିତ କରିଛନ୍ତି । ପ୍ରତିଦିନ ୭ରୁ ୮ ଜଣ କର୍ମଚାରୀ ତାଙ୍କ ଜମିରେ କାମ କରୁଛନ୍ତି । ଦିଲ୍ଲୀପଙ୍କ ଏଭଳି ଚାଷ କରିବାର ପ୍ରଣାଳି ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe