କନକ ବ୍ୟୁରୋ: ମାନୁ ନାହାଁନ୍ତି ଅସ୍ତ୍ରବିରତି । ପୁଣି ସୀମାରେ ଗୁଳି ବର୍ଷା । ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ଥିବା ବିବାଦୀୟ ସୀମା ଅଞ୍ଚଳରେ ପୁଣି ଥରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଲଗାତାର ଚତୁର୍ଥ ଦିନ ପାଇଁ ଉଭୟ ଦେଶର ସେନା ମଧ୍ୟରେ ଭୟଙ୍କର ଗୁଳିଗୋଳା ଏବଂ ତୋପ ମାଡ଼ ଜାରି ରହିଛି । ଯାହା ଫଳରେ ସମଗ୍ର ଅଞ୍ଚଳରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ତର୍ଜାତୀୟ ସ୍ତରରୁ କରାଯାଇଥିବା ଶାନ୍ତି ଏବଂ ଅସ୍ତ୍ରବିରତି ପାଇଁ ସମସ୍ତ ଅପିଲ ବର୍ତ୍ତମାନ ସୁଦ୍ଧା ବ୍ୟର୍ଥ ପ୍ରମାଣିତ ହୋଇଛି ।
ଚତୁର୍ଥ ଦିନରେ ସଂଘର୍ଷ ଆହୁରି ତୀବ୍ର ହୋଇଛି । ଉଭୟ ପକ୍ଷ ପରସ୍ପର ଉପରକୁ ମେସିନ୍ ଗନ୍, ମୋର୍ଟାର ଏବଂ ତୋପ ମାଡ଼ କରିଛନ୍ତି । ସୀମାନ୍ତ ଅଞ୍ଚଳରେ ଥିବା ଗାଁ ଗୁଡିକରେ ଧୂଆଁର କଳା ବାଦଲ ଦେଖିବାକୁ ମିଳୁଛି ଏବଂ ବାରମ୍ବାର ବିସ୍ଫୋରଣର ଶବ୍ଦ ଶୁଣାଯାଉଛି । ଏହି ସଂଘର୍ଷରେ ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷରୁ ଅନେକ ସୈନିକ ଏବଂ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ସୀମା ବିବାଦ ବର୍ଷ ବର୍ଷ ଧରି ଚାଲିଆସୁଛି । ଏହି ବିବାଦର ମୁଖ୍ୟ କାରଣ ହେଉଛି ସୀମାବର୍ତ୍ତୀ ଅଞ୍ଚଳରେ ଥିବା କିଛି ଐତିହାସିକ ମନ୍ଦିରର ମାଲିକାନା, ଯେଉଁଠି ଉଭୟ ଦେଶ ନିଜର ଅଧିକାର ଦାବି କରନ୍ତି ।
ଏହା ଏକ ହଜାର ବର୍ଷରୁ ଅଧିକ ପୁରୁଣା ହିନ୍ଦୁ ମନ୍ଦିର ଯାହା ଭଗବାନ ଶିବଙ୍କୁ ସମର୍ପିତ । ଏହି ମନ୍ଦିରଟି ଡାଙ୍ଗରେକ୍ ପର୍ବତମାଳାର ଶୀର୍ଷରେ ଅବସ୍ଥିତ । ୧୯୦୭ ମସିହାରେ ଫରାସୀ ଶାସନ ସମୟରେ ହୋଇଥିବା ମାନଚିତ୍ର ଅନୁଯାୟୀ, ଏହି ମନ୍ଦିରକୁ କାମ୍ବୋଡିଆର ଅଂଶ ଭାବେ ଦର୍ଶାଯାଇଥିଲା, ଯାହାକୁ ଥାଇଲ୍ୟାଣ୍ଡ ବିରୋଧ କରିଆସୁଛି । ୧୯୬୨ ମସିହାରେ ଆନ୍ତର୍ଜାତୀୟ ନ୍ୟାୟାଳୟ ମଧ୍ୟ ମନ୍ଦିର ଉପରେ କାମ୍ବୋଡିଆର ସାର୍ବଭୌମତ୍ୱକୁ ସ୍ୱୀକୃତି ଦେଇଥିଲେ । ତଥାପି, ମନ୍ଦିରକୁ ଯିବା ପାଇଁ ମୁଖ୍ୟ ପ୍ରବେଶ ପଥ ଥାଇଲ୍ୟାଣ୍ଡ ପଟୁ ଥିବାରୁ ଏବଂ ମନ୍ଦିର ଚାରିପାଖର ଜମିକୁ ନେଇ ବିବାଦ ଲାଗି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/07/27/thailand-2025-07-27-17-24-20.jpg)