କନକ ବ୍ୟୁରୋ: ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହୋଇଛି ଭାରତୀୟ ଟିମ୍ । ବିସିସିଆଇ ସାମ୍ୱାଦିକ ସମ୍ମିଳନୀ କରି ୧୮ ଜଣିଆ ଟିମ୍ ଘୋଷଣା କରିଛି । ଏଥିରେ ନୂଆ ଅଧିନାୟକ ଭାବେ ଶୁବମନ ଗିଲଙ୍କୁ ଦାୟିତ୍ୱ ମିଳିଛି । ସେହିପରି ଇଉ ଅଧିନାୟକ ଭାବେ ଋଷଭ ପନ୍ତଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ସାଇ ସୁଦର୍ଶନ ଓ ଅର୍ଶଦୀପ ସିଂଙ୍କୁ ପ୍ରଥମଥର କରି ଟେଷ୍ଟ ଟିମରେ ସ୍ଥାନ ମିଳିଛି । ବହୁ ବର୍ଷ ପରେ କରୁଣ ନାୟର ବି ଟେଷ୍ଟ ଟିମକୁ ଫେରିଛନ୍ତି ।
ଏହାସହ ଆହତ କାରଣରୁ ମହମ୍ମଦ ସାମିଙ୍କୁ ଦଳରୁ ବାଦ ଦିଆଯାଇଛି । ଶ୍ରେୟାସ ଆୟରଙ୍କୁ ବି ଦଳରେ ସ୍ଥାନ ମିଳିନି । ସେହିପରି ସର୍ଫରାଜ ଖାନକୁ ବି ଡ୍ରପ କରାଯାଇଛି । ହେଲେ ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସ୍ଥାନ ମିଳିଛି । ବିସିସିଆଇ ହେଡକ୍ୱାର୍ଟରରେ ଚୟନକର୍ତ୍ତାଙ୍କ ଏକ ଟିମ୍ ଏହି ଘୋଷଣା କରିଛନ୍ତି ।
ଶୁବମନ ଗିଲ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଋଷଭ ପନ୍ତ (ଉପ-ଅଧିନାୟକ / ୱିକେଟ୍ କିପର), ନୀତୀଶ କୁମାର ରେଡ୍ଡୀ, ରବିନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ (ୱିକେଟ୍ କିପର), ଅଭିମନ୍ୟୁ ଇଶ୍ୱରନ୍, ସାର୍ଦ୍ଦୁଲ ଠାକୁର, ଜଶପ୍ରିତ ବୁମରାହ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, କରୁଣ ନାୟର, ୱାଶିଂଟନ୍ ସୁନ୍ଦର, ଆକାଶ ଦୀପ, ଅର୍ଶଦୀପ ସିଂ, କୁଲଦୀପ ଯାଦବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/24/2eKrvgwLnipaq1XesZbZ.jpg)