ଆତଙ୍କବାଦୀଙ୍କୁ ନିସ୍ତାର ନାହିଁ, କାଶ୍ମୀରରେ ସର୍ଚ୍ଚ ଅପରେସନ ଜୋରଦାର

ଧରାପଡ଼ିଲେ ଦୁଇ ଆତଙ୍କୀ ସହଯୋଗୀ । ସେପଟେ ବିଏସ୍ଏ‌ଫ କମାଣ୍ଡାଣ୍ଟଙ୍କ ବଡ଼ ବୟାନ : କହିଲେ, ଆମେ ପ୍ରସ୍ତୁତ

ଖାଲି ନିର୍ଦ୍ଦେଶକୁ ଅପେକ୍ଷା: ବିଏସଏଫ୍‌

ଖାଲି ନିର୍ଦ୍ଦେଶକୁ ଅପେକ୍ଷା: ବିଏସଏଫ୍‌ Photograph: (kanak news)

କନକ ବ୍ୟୁରୋ:  ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଆଲର୍ଟମୋଡରେ ଭାରତୀୟ ସେନା । ଘର ଘର ବୁଲି ସର୍ଚ୍ଚ ଅପରେସନ ଜାରି ରଖିଛି ସେନା । ଏହାଭିତରେ କୁଲଗାମ  ପୁଲିସ ଓ ସେନା ଯବାନର ମିଳିତ ଅପରେସନରେ ୨ ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି ।

 ବିଲାଲ ଭଟ୍ଟ ଓ ମହମ୍ମଦ ଇସମାଇଲ ଭଟ୍ଟଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୨ଟି ପିସ୍ତଲ ସହ ୨୫ ରାଉଣ୍ଡ ଗୁଳି, ୨ଟି ମାଗାଜିନ୍ ଜବତ କରାଯାଇଛି । ଉଭୟଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe