ଜାମ୍ମୁ କାଶ୍ମୀରରେ ଅନୁପ୍ରବେଶ ପାଇଁ ଛକିଛନ୍ତି ଆତଙ୍କୀବାଦୀ, ଏଲଓସି ଆରପଟେ ପକାଇଛନ୍ତି ଡେରା

ଏପଟେ ସବୁପ୍ରକାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ସୁରକ୍ଷାକର୍ମୀ । ନିକଟରେ ଦୁଇଥର ଅନୁପ୍ରବେଶକୁ ବିଫଳ କରିଛି ବିଏସ୍ଏଫ୍ ।

ସାବଧାନ! ଛକିଛନ୍ତି ଆତଙ୍କୀ

ସାବଧାନ! ଛକିଛନ୍ତି ଆତଙ୍କୀ Photograph: (KanakNews)

କନକ ବ୍ୟୁରୋ:  ଜମ୍ମୁ କାଶ୍ମୀରରେ ଅନୁପ୍ରବେଶ ପାଇଁ ନିୟନ୍ତ୍ରଣ ରେଖା ଏଲଓସି ନିକଟରେ ଆତଙ୍କବାଦୀ ଡେରା ପକାଇଛନ୍ତି । ଶୀତଋତୁରେ ତୁଷାର ପାତ ପୂର୍ବରୁ ଅନୁପ୍ରେବଶ ପାଇଁ ଉଦ୍ୟମ କରୁଛନ୍ତି ଆତଙ୍କବାଦୀ । ସେମାନଙ୍କ ଉଦ୍ୟମ ପ୍ରତିହତ କରିବା ପାଇଁ ସୁରକ୍ଷାକର୍ମୀ ପ୍ରସ୍ତୁତ ଥିବା ବିଏସଏଫ୍ ଆଇଜି ଅଶୋକ ଯାଦବ ସୂଚନା ଦେଇଛନ୍ତି ।

ଏହା ମଧ୍ୟରେ ଦୁଇଥର ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଦିଆଯାଇଛି । ବାନ୍ଦିପୋରା ଓ କୁପୱାଡ଼ା ସେକ୍ସନରେ ଏଲଓସି ସେପଟେ ବହୁ ଆତଙ୍କବାଦୀ ଶାତରୁତୁରେ ବରଫ ପାତ ପୂର୍ବରୁ ଜମ୍ମୁ କାଶ୍ମୀରରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି ।  ସେମାନଙ୍କ କୌଣସି ପ୍ରକାର ଉଦ୍ୟମକୁ ସଫଳ କରାଇ ଦିଆଯିବ ନାହିଁ ବୋଲି ବିଏସଫ୍ ପକ୍ଷରୁ ସୂଚନା ଦିଆଯାଇଛି ।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe