କନକ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ଅନୁପ୍ରବେଶ ପାଇଁ ନିୟନ୍ତ୍ରଣ ରେଖା ଏଲଓସି ନିକଟରେ ଆତଙ୍କବାଦୀ ଡେରା ପକାଇଛନ୍ତି । ଶୀତଋତୁରେ ତୁଷାର ପାତ ପୂର୍ବରୁ ଅନୁପ୍ରେବଶ ପାଇଁ ଉଦ୍ୟମ କରୁଛନ୍ତି ଆତଙ୍କବାଦୀ । ସେମାନଙ୍କ ଉଦ୍ୟମ ପ୍ରତିହତ କରିବା ପାଇଁ ସୁରକ୍ଷାକର୍ମୀ ପ୍ରସ୍ତୁତ ଥିବା ବିଏସଏଫ୍ ଆଇଜି ଅଶୋକ ଯାଦବ ସୂଚନା ଦେଇଛନ୍ତି ।
ଏହା ମଧ୍ୟରେ ଦୁଇଥର ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଦିଆଯାଇଛି । ବାନ୍ଦିପୋରା ଓ କୁପୱାଡ଼ା ସେକ୍ସନରେ ଏଲଓସି ସେପଟେ ବହୁ ଆତଙ୍କବାଦୀ ଶାତରୁତୁରେ ବରଫ ପାତ ପୂର୍ବରୁ ଜମ୍ମୁ କାଶ୍ମୀରରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି । ସେମାନଙ୍କ କୌଣସି ପ୍ରକାର ଉଦ୍ୟମକୁ ସଫଳ କରାଇ ଦିଆଯିବ ନାହିଁ ବୋଲି ବିଏସଫ୍ ପକ୍ଷରୁ ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/27/terror-2025-09-27-14-28-50.jpg)