ଚାନ୍ଦା ମାଗୁଛି ଆତଙ୍କୀ ମସୁଦ ଅଜହର: ଅପରେସନ ସିନ୍ଦୂରରେ ନଷ୍ଟ ଶିବିରକୁ କରୁଛି ପୁନରୁଦ୍ଧାର, ପାକିସ୍ତାନର ଡିଜିଟାଲ୍ ପେମେଣ୍ଟ ଆପରେ ଠୁଳ କରୁଛି ଅର୍ଥ

ମସୁଦ ଅଜହର ଓ ତା‘ ଭାଇ ତାଲହା ଅଲ ସୈଫ ପାକିସ୍ତାନୀ ଡିଜିଟାଲ ଓ୍ଵାଲେଟ ଇଜିପେସା ଓ ସଦାପେ ଜରିଆରେ ଅର୍ଥ ସଂଗ୍ରହ କରୁଛନ୍ତି । ପାକିସ୍ତାନର ଅଲ ରହମତ ଟ୍ରଷ୍ଟ  ଏଥିରେ ସହାୟତା କରୁଛି। ଭାରତର ଅପରେସନ ସିନ୍ଦୂର ଜୈଶର ମୁଖ୍ୟାଳୟ ସମେତ ଅନେକ ଠିକଣା ଧ୍ୱଂସ କରିବା ପରେ ପୁଣି ଥରେ ସକ୍ରିୟ ହେଉଛି ଜୈଶ -ଏ -ମହମ୍ମଦ । 

Masood Azhar

Photograph: (Kanak News)

କନକ ବ୍ୟୁରୋ: ଆତଙ୍କୀ ତାଲିମ ଶିବିର ପାଇଁ ଚାନ୍ଦା ଯୋଗାଡ଼ କରୁଛି ଜୈଶ ଆତଙ୍କୀ ମସୁଦ ଆଝାର । ଜୈଶ-ଏ-ମହମ୍ମଦ ସଂଗଠନ ପାକିସ୍ତାନରେ ୩ ହଜାର ୯୧୦ କୋଟି ଟଙ୍କା ସଂଗ୍ରହ କରି ୩୧୩ଟି ନୂଆ ଆତଙ୍କବାଦୀ ତାଲିମ ଶିବିର ନିର୍ମାଣ ପାଇଁ ଯୋଜନା କରୁଛି। ମସୁଦ ଅଜହର ଓ ତା‘ ଭାଇ ତାଲହା ଅଲ ସୈଫ ପାକିସ୍ତାନୀ ଡିଜିଟାଲ ଓ୍ଵାଲେଟ ଇଜିପେସା ଓ ସଦାପେ ଜରିଆରେ ଅର୍ଥ ସଂଗ୍ରହ କରୁଛନ୍ତି । ପାକିସ୍ତାନର ଅଲ ରହମତ ଟ୍ରଷ୍ଟ  ଏଥିରେ ସହାୟତା କରୁଛି। ଭାରତର ଅପରେସନ ସିନ୍ଦୂର ଜୈଶର ମୁଖ୍ୟାଳୟ ସମେତ ଅନେକ ଠିକଣା ଧ୍ୱଂସ କରିବା ପରେ ପୁଣି ଥରେ ସକ୍ରିୟ ହେଉଛି ଜୈଶ -ଏ -ମହମ୍ମଦ । 

ଚାନ୍ଦା ମାଗୁଛି ମସୁଦ ଅଜହର
ନିର୍ମାଣ କରୁଛି ଆତଙ୍କୀ ଶିବିର
ଆତଙ୍କୀ ଶିବିର ନିର୍ମାଣ ପାଇଁ ଚାନ୍ଦା ମଗୁଛି ମସୁଦ ଅଜହର
ଜୈଶ-ଏ-ମହମ୍ମଦ ୩, ୯୧୦ କୋଟି ଟଙ୍କା ସଂଗ୍ରହ କଲାଣି
ଏହି ଅର୍ଥ ପାକିସ୍ତାନରୁ ସଂଗ୍ରହ କରାଯାଇଛି 
ଏହି ଅର୍ଥ ୩୧୩ଟି ନୂଆ ଆତଙ୍କୀ ଶିବିର ନିର୍ମାଣ ପାଇଁ ବ୍ୟବହାର ହେବ
ମସୁଦ ଅଜହର ଓ ତା‘ ଭାଇ ତାଲହା ଅଲ ସୈଫ ନେତୃତ୍ୱ ନେଉଛନ୍ତି
ପାକିସ୍ତାନୀ ଡିଜିଟାଲ ଓ୍ଵାଲେଟ୍ ଇଜିପେସା ଓ ସଦାପେ ଜରିଆରେ ଅର୍ଥ ସଂଗ୍ରହ
ଅଲ୍ ରହମତ୍ ଟ୍ରଷ୍ଟ ଏଥିରେ ସହାୟତା କରୁଛି
ଭାରତର ଅପରେସନ ସିନ୍ଦୂରରେ ଜୈଶର ମୁଖ୍ୟାଳୟ ଓ ଶିବିର ଧ୍ୱଂସ ପାଇଛି
ଏହି ଶିବିରକୁ ପୁଣିଥରେ ନିର୍ମାଣ ପାଇଁ ବଡ଼ ଯୋଜନା କରୁଛି ମସୁଦ
ଏଫ୍ଏଟିଏଫ୍ କଟକଣାକୁ ଏଡ଼ାଇବା ପାଇଁ ବ୍ୟବହାର କରୁଛି ଡିଜିଟାଲ୍ ପେ
ମସୁଦ ଅଜହର ନିଜ ପରିବାର ସଦସ୍ୟଙ୍କ ନାମରେ ଓ୍ଵାଲେଟ୍ ଖୋଲିଛି
ଗାଜା ସହାୟତା ନାଁରେ ଏହି ୱାଲେଟରେ ଅର୍ଥ ସଂଗ୍ରହ କରାଯାଉଛି
ସୋସିଆଲ ମିଡିଆରେ ଅଜହରର ବାର୍ତ୍ତା  ପ୍ରଚାର କରାଯାଉଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe