କନକ ବ୍ୟୁରୋ: ପାର୍ବଣ ଆସିଲା ମାତିଲେ ଲୁଟେରା । ହାତରେ ଖଣ୍ଡା ତଲୁୱାର ଧରି ରାତିରେ ବୁଲୁଛନ୍ତି ଚୋର। ମଉକା ପାଇଲେ ଘର ଘର ପଶି ଲୁଟୁଛନ୍ତି। କୌଣସି ପ୍ରତିବନ୍ଧକ ହେଲେ ଆକ୍ରମଣ କରିବାକୁ ପଛାଉ ନାହାଁନ୍ତି । ଭରତପୁର ଥାନା ଅଞ୍ଚଳରେ ଏଭଲି ଏକ ଦୃଶ୍ୟ ସମସ୍ତଙ୍କୁ ଚକିତ କରିବା ସହ ଭୟଭୀତ କରିଛି । ଲୁଟେରାଙ୍କ ଆତଙ୍କ CCTVରେ କଏଦ ହୋଇଛି । ଗତକାଲି ରାତିରେ ଭରତପୁର ଥାନା ପଛରେ ଥିବା ଏକ ଟେଣ୍ଟ ହାଉସ୍ ଗୋଦାମ ଭିତରେ ଲୁଟେରା ମାନେ ମାରଣାସ୍ତ୍ର ଧରି ପଶିଥିବା ବେଳେ କିଛି ଲୋକ ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଲୁଟେରାମାନେ ସେମାନଙ୍କୁ ଭୟଭୀତ କରିବା ସହ PCR ଭ୍ୟାନ୍ ଆସିବା ପୂର୍ବରୁ ଘଟଣା ସ୍ଥଳରୁ ଫେରାର ହୋଇଛନ୍ତି । ଏ ନେଇ ଭରତପୁର ଥାନାରେ ଅଭିଯୋଗ ହୋଇଛି ।