କନକବ୍ୟୁରୋ : ଘରେ ପଶି ଯୁବକଙ୍କୁ ହାଣି ଲୁଟିନେଲେ ୨୦ ଲକ୍ଷର ସୁନା ଗହଣା । ବାଲେଶ୍ବର ସିମୁଳିଆ ଥାନା ବାଟି ପଞ୍ଚାୟତ ବଣଗଢ଼ିଆ ଗାଁରୁ ଲୁଟ୍ ହୋଇଛି ।  ଗାଁର ଆନନ୍ଦ ବେହେରାଙ୍କ ଘରୁ ଗତକାଲି ରାତିରେ ୨୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟିବା ସହିତ ତାଙ୍କ ସାନ ପୁଅକୁ ଭୁଜାଲିରେ ହାଣି ଗୁରୁତର କରିଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ୫ଜଣ ଦୁର୍ବୃତ୍ତ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ ।  ଏହି ସମୟରେ ପରିବାର ଲୋକେ ଉଠି ପଡିବାରୁ ସମସ୍ତଙ୍କୁ ମାଡ଼ ମାରି ୮ ଲକ୍ଷ ୪୦ ହଜାର ନଗଦ ଟଙ୍କା ସମେତ ସୁନା ଗହଣା ଲୁଟ୍ କରିଛନ୍ତି ।

Advertisment

ଏହି ସମୟରେ ଆନନ୍ଦଙ୍କ ସାନ ପୁଅ ରତିକାନ୍ତ ବେହେରାଙ୍କୁ ଦୁର୍ବୃତ୍ତମାନେ ଭୁଜାଲି ଓ ଲୁହା ରଡ଼ରେ ଆକ୍ରମଣ କରିବା ଯୋଗୁ ସେ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ସିମୁଳିଆ ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେହିପରି ସିମୁଳିଆ ବଜାରରେ ଥିବା ସମୀର ମୋବାଇଲ ଦୋକାନରୁ ଚୋରି ଉଦ୍ୟମ କରୁଥିବା ବେଳେ ସିସିଟିଭିରୁ ଦୋକାନର ମାଲିକ ସମୀର ଏ ବାଵଦରେ ଜାଣିପାରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଦୋକାନରେ ପହଂଚି ୪ ଜଣ ଯୁବକ ସମେତ ଜଣେ ନାବାଳକକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।