ଉତ୍ତର-ପୂର୍ବ ନାଇଜେରିଆରେ ଆତଙ୍କବାଦୀ ଆକ୍ରମଣ : ଆକ୍ରମଣରେ ୨୭ ସୈନିକ ନିହତ ହୋଇଥିବା ସୂଚନା

Advertisment

ଉତ୍ତର-ପୂର୍ବ ନାଇଜେରିଆରେ ଏକ ଜିହାଦୀ ଆତ୍ମଘାତୀ ଆକ୍ରମଣରେ ଅତି କମରେ ୨୭ ନାଇଜେରିଆ ସୈନିକ ନିହତ ହୋଇଛନ୍ତି । ଆତଙ୍କବାଦୀମାନେ କରିଥିବା  ଏହି ଆତ୍ମଘାତୀ ଆକ୍ରମଣରେ ଜଣେ ବରିଷ୍ଠ ସେନା କମାଣ୍ଡର ମଧ୍ୟ ନିହତ ହୋଇଛନ୍ତି  । ଏହି ଆକ୍ରମଣରେ ଅନେକ ସୈନ୍ୟ ଆହତ ମଧ୍ୟ ହୋଇଛନ୍ତି  ।

ଉତ୍ତର-ପୂର୍ବ ନାଇଜେରିଆରେ ଏକ ଜିହାଦୀ ଆତ୍ମଘାତୀ ଆକ୍ରମଣରେ ଅତି କମରେ ୨୭ ନାଇଜେରିଆ ସୈନିକ ନିହତ ହୋଇଛନ୍ତି । ଆତଙ୍କବାଦୀମାନେ କରିଥିବା  ଏହି ଆତ୍ମଘାତୀ ଆକ୍ରମଣରେ ଜଣେ ବରିଷ୍ଠ ସେନା କମାଣ୍ଡର ମଧ୍ୟ ନିହତ ହୋଇଛନ୍ତି  । ଏହି ଆକ୍ରମଣରେ ଅନେକ ସୈନ୍ୟ ଆହତ ମଧ୍ୟ ହୋଇଛନ୍ତି  ।

fighter

fighter Photograph: (KanakNews )

କନକବ୍ୟୁରୋ : ଉତ୍ତର-ପୂର୍ବ ନାଇଜେରିଆରେ ଏକ ଜିହାଦୀ ଆତ୍ମଘାତୀ ଆକ୍ରମଣରେ ଅତି କମରେ ୨୭ ନାଇଜେରିଆ ସୈନିକ ନିହତ ହୋଇଛନ୍ତି । ଆତଙ୍କବାଦୀମାନେ କରିଥିବା  ଏହି ଆତ୍ମଘାତୀ ଆକ୍ରମଣରେ ଜଣେ ବରିଷ୍ଠ ସେନା କମାଣ୍ଡର ମଧ୍ୟ ନିହତ ହୋଇଛନ୍ତି  । ଏହି ଆକ୍ରମଣରେ ଅନେକ ସୈନ୍ୟ ଆହତ ମଧ୍ୟ ହୋଇଛନ୍ତି  ।

ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ବେର୍ନୋ ଏବଂ ୟୋବେ ରାଜ୍ୟ ମଧ୍ୟସ୍ଥ ଏକ ଅଂଚଳରେ ଥିବା ବୋକୋ ହରାମ ଓ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସଆଇଏସ୍ ) ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ଉପରେ ନାଇଜେରିଆ ସୈନିକମାନେ ଆକ୍ରମଣ କରିଥିଲେ  ।

ଏହି ଆକ୍ରମଣରେ ୭୯ ଆତଙ୍କବାଦୀ ନିହତ ହୋଇଥିଲେ । ଏହି ଆକ୍ରମଣର ପ୍ରତଶୋଧ ନେବାକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିବା କୁହାଯାଉଛି ।ଗତ କିଛି ବର୍ଷ ମଧ୍ୟରେ ସେନାକୁ ଟାର୍ଗେଟ କରି ହୋଇଥିବା  ଏହି ଆକ୍ରମଣ ସବୁଠାରୁ ଭୟଙ୍କର ଆତ୍ମଘାତୀ ଆକ୍ରମଣ ଥିଲା। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ଆକ୍ରମଣ ସମୟରେ ଅନ୍ଧାର ଥିଲା, ଯେଉଁ କାରଣରୁ ସୈନିକମାନେ ଚାରିଆଡ଼େ ସ୍ପଷ୍ଟ ଭାବରେ ଦେଖି ପାରିନଥିଲେ । କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅଧିକାରୀ  କହିଛନ୍ତି  ।

୨୦୧୬ରେ ବୋକୋ ହରାମଠାରୁ ବିଚ୍ଛିନ୍ନ ହୋଇ ଆଇଏସଡବ୍ଲ୍ୟୁଏପି ଉତ୍ତର-ପୂର୍ବାଞ୍ଚଳର ମୁଖ୍ୟ ଅପରାଧ ଗୋଷ୍ଠୀ ରେ ପରିଣତ ହୋଇଥିଲା । ଟିମ୍ବୁକ୍ଟୁ ଟ୍ରାଏଙ୍ଗଲ ଏବଂ ସାମ୍ବିଜା ଜଙ୍ଗଲ ସମେତ ବର୍ତ୍ତମାନ ବୋକୋ ହରାମ ବସବାସ କରୁଥିବା ଜଙ୍ଗଲକୁ ନିଜ ଅକ୍ତିଆରକୁ ନିଆଯାଇଛି । ଗତ ଜୁଲାଇ ମାସରେ ଏକ ଲ୍ୟାଣ୍ଡମାଇନ୍ ଧକ୍କାରେ ୭ ଜଣ ଯବାନ ସହିଦ ହୋଇଥିଲେ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe