କନକବ୍ୟୁରୋ : ପୁଣି ଅଶାନ୍ତ ଜମ୍ମୁ କାଶ୍ମୀର । ଦୀପାବଳି ପରେ ପରେ ଜମ୍ମୁ-କାଶ୍ମୀରରେ ପୁଣିଥରେ ଆତଙ୍କବାଦୀଙ୍କ ବର୍ବରତା । ବଡଗାମରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରିଛନ୍ତି ଆତଙ୍କୀ । ଶେଷ ଖବର ଅନୁଯାୟୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ନାମ ଉସମାନ ଏବଂ ସଞ୍ଜୟ, ଉଭୟ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି ।
ଦୁହେଁ ଜଳ ଜୀବନ ମିଶନ ଅଧୀନରେ ଚାଲିଥିବା ଏକ ପ୍ରୋଜେକ୍ଟରେ ଶ୍ରମିକ ଭାବେ କାମ କରୁଥିଲେ। ପୂର୍ବରୁ ମଧ୍ୟ ଘାଟିରେ ଶ୍ରମିକଙ୍କୁ ଆକ୍ରମଣ କରାଯାଇଛି । ପାକିସ୍ତାନର ଲଶ୍କର-ଏ-ତୋଏବା ଏହି ଘଟଣା ଘଟାଇଥିବା ଦାବି କରିଥିଲା । ଏହି ଆକ୍ରମଣରେ ସଂପୃକ୍ତ ଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଦକ୍ଷିଣ କାଶ୍ମୀର ଅଞ୍ଚଳର ବୋଲି ଜଣାପଡ଼ିଥିବାବେଳେ ଅନ୍ୟ ଜଣେ ପାକିସ୍ତାନରୁ ଆସିଥିବା କୁହାଯାଉଛି ।