କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ବିହାରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଆତଙ୍କବାଦୀ ସଂଗଠନ ଜୈସ୍-ଏ- ମହମ୍ମଦର ତିନିଜଣ ଆତଙ୍କବାଦୀ ନେପାଳ ଦେଇ ବିହାରରେ ପ୍ରବେଶ କରିଥିବା ସୂଚନା ମିଳିଛି । ଗୁଇନ୍ଦା ବିଭାଗର ସୂଚନା ପରେ ସତର୍କତା ଜାରି କରିଛି ବିହାର ପୁଲିସ ।  ସାରା ବିହାର ରାଜ୍ୟରେ ଜାରି କରାଯାଇଛି ହାଇଆଲର୍ଟ । ତିନିଜଣ ଆତଙ୍କବାଦୀ ପାକିସ୍ତାନରୁ ଆସି ନେପାଳ ସୀମା ଦେଇ ବିହାରରେ ପ୍ରବେଶ କରିଛନ୍ତି । ଏହି ତିନି ଆତଙ୍କବାବାଦୀ ହେଲେ ରାୱଲପିଣ୍ଡିର ହସନାନ ଅଲ୍ଲୀ, ଉମେରକୋଟର ଆଦିଲ ହୁସେନ ଏବଂ ବାହାୱଲପୁରର ମହମ୍ମଦ ଉସମାନ । ଏନେଇ ବିହାର ପୁଲିସ ପକ୍ଷରୁ ସୂଚନା ଦିଆଯିବା ସହ ସେମାନଙ୍କ ଫଟୋ ଜାରି କରାଯାଇଛି । ଗୁଇନ୍ଦା ବିଭାଗର ସୂଚନା ମୁତାବକ, ଆତଙ୍କବାଦୀମାନେ ଅଗଷ୍ଟ ଦ୍ବିତୀୟ ସପ୍ତାହରେ ନେପାଳର କାଠମାଣ୍ଡୁରେ ପହଞ୍ଚିଥିଲେ । ଗତ ସପ୍ତାହରେ ସେମାନେ ବିହାରରେ ପ୍ରବେଶ କରିଛନ୍ତି ।  କୌଣସି ସନ୍ଦେହଜନକ ଗତିବିଧି ଦେଖିଲେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୁଇନ୍ଦା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ବିହାର ସୀମାବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। 

ବିହାରରେ ଆତଙ୍କୀ ଗତିବିଧି

Advertisment

ନିର୍ବାଚନ ପୂର୍ବରୁ ବିହାରରେ ଆତଙ୍କୀ ଆକ୍ରମଣ ଆଶଙ୍କା
ଜୈସ୍-ଏ- ମହମ୍ମଦର ତିନି ଆତଙ୍କୀ ବିହାରରେ ପଶିଛନ୍ତି
ଗୁଇନ୍ଦା ସୂଚନା ପରେ ବିହାରରେ ହାଇଆଲର୍ଟ ଜାରି 
୩ ପାକ୍ ଆତଙ୍କୀ ନେପାଳ ସୀମା ଦେଇ ବିହାରରେ ପଶିଛନ୍ତି
୩ ଆତଙ୍କୀ ହସନାନ ଅଲ୍ଲୀ, ଆଦିଲ ହୁସେନ ଓ ମହମ୍ମଦ ଉସମାନ
ବିହାର ପୁଲିସ ପକ୍ଷରୁ ୩ ଆତଙ୍କବାଦୀଙ୍କ ଫଟୋ ଜାରି 
ବିହାର ସୀମାବର୍ତ୍ତୀ ଅଞ୍ଚଳରେ କଡ଼ା ପାଟ୍ରୋଲିଂ