କନକବ୍ୟୁରୋ : ପୁଲିସକୁ ନାହିଁ ଡ଼ର, ପୁଣି ମାତିଲା ଚୋର । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଆଉ ଏକ ଘରେ ପଶି ଲୁଟ୍ ଉଦ୍ୟମ କରିଛି ଚୋର। ପୁଣି ଚୋର ପଶିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ପ୍ରାୟ ୧୧ଟା ୩୫ରେ ଆଉ ଏକ ଚୋର ପଶିଥିବା ସିସିଟିଭିରେ କଏଦ ହୋଇଛି I ଚୋର ଜଣକ କିଛି ସମୟ ରେକୀ କରିବା ପରେ ଝରକା ଖୋଲି ଘରେ ଭିତରେ ପଶିବାକୁ ଉଦ୍ୟମ କରିଥିଲା ।
ସେହି ସମୟରେ ଘରର ଷ୍ଟାଫ ଦେଖିଦେବାରୁ ଦୌଡିବାକୁ ଆରମ୍ଭ କରିଥିଲା । ତେବେ ଅଭିଯୁକ୍ତ ଚୋରକୁ ପୁଲିସ କାବୁ କରି ଥାନାକୁ ନେଇ ପଚରା ଉଚରା ଚଲାଇଛି। ଗତ ୨୬ ତାରିଖ ତାରିଖରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ବଡ଼ ଡକାୟତି ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ୩ ଟି ଘର ଛାଡି N/25 ରେ ଚୋର ପୁଣି ଲୁଟ ପାଇଁ ପ୍ଲଟ ତିଆରି କରୁଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି I
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/28/7LCmT2iJiIq34g6sof9C.jpg)