ଲୁଟେରାଙ୍କ ଆତଙ୍କ । ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

Advertisment

ଲୁଟବେଳେ ହାଣିଲେ ଚୋର। ଘରୁ ଚୋରି କରୁଥିବା ଲୁଟେରାଙ୍କୁ ଅଟକାଇବାକୁ ଚେଷ୍ଟା କରିବାବେଳେ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ ଲୁଟେରା ।

ଲୁଟବେଳେ ହାଣିଲେ ଚୋର। ଘରୁ ଚୋରି କରୁଥିବା ଲୁଟେରାଙ୍କୁ ଅଟକାଇବାକୁ ଚେଷ୍ଟା କରିବାବେଳେ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ ଲୁଟେରା ।

lootera

କନକବ୍ୟୁରୋ: ଲୁଟବେଳେ ହାଣିଲେ ଚୋର । ଘରୁ ଚୋରି କରୁଥିବା ଲୁଟେରାଙ୍କୁ ଅଟକାଇବାକୁ ଚେଷ୍ଟା କରିବାବେଳେ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ ଲୁଟେରା । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ମାର୍ଶାଘାଇ ବ୍ଲକ ନାରଣପୁର ଗାଁରୁ ଆସିଛି ଏଭଳି ଅଭାବନୀୟ ଖବର। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବଡ ଧରଣର ଚୋରି ହୋଇଛି । 

ରାତି ପ୍ରାୟ ୪ଟା ନାରଣପୁର ଗାଁର ବଂଶିଧର ରାଉତରାୟଙ୍କ ସିଡିଘର କବକଟ ଭାଙ୍ଗି ଘର ଭିତରକୁ ପଶିଥିଲେ ଚୋର । ବଂଶିଧର ଏବଂ ତାଙ୍କର ପତ୍ନି ସ୍ବର୍ଣ୍ଣମୟୀ ରାଉତରାୟଙ୍କୁ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ ।

ଆକ୍ରମଣରେ ବଂଶଧରଙ୍କ ଦୁଇ ହାତର ଆଙ୍ଗୁଠି ଓ ପାପୁଲି ଆଘାତ ଲାଗିଥିବା ବେଳେ ପତ୍ନି ସ୍ବର୍ଣ୍ଣମୟୀଙ୍କର ଡାହାଣ ହାତ ହାଣି ଦେଇଛନ୍ତି ଚୋର । ଆକ୍ରମଣ କରି  ଘରେ ଥିବା ସୁନା ଗହଣା ସହିତ ନଗଦ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି । ଏନେଇ ପାଟକୁରା ଥାନାରେ ଅଭିଯୋଗ ହେବାରେ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe