କନକବ୍ୟୁରୋ: ଲୁଟବେଳେ ହାଣିଲେ ଚୋର । ଘରୁ ଚୋରି କରୁଥିବା ଲୁଟେରାଙ୍କୁ ଅଟକାଇବାକୁ ଚେଷ୍ଟା କରିବାବେଳେ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ ଲୁଟେରା । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ମାର୍ଶାଘାଇ ବ୍ଲକ ନାରଣପୁର ଗାଁରୁ ଆସିଛି ଏଭଳି ଅଭାବନୀୟ ଖବର। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବଡ ଧରଣର ଚୋରି ହୋଇଛି ।
ରାତି ପ୍ରାୟ ୪ଟା ନାରଣପୁର ଗାଁର ବଂଶିଧର ରାଉତରାୟଙ୍କ ସିଡିଘର କବକଟ ଭାଙ୍ଗି ଘର ଭିତରକୁ ପଶିଥିଲେ ଚୋର । ବଂଶିଧର ଏବଂ ତାଙ୍କର ପତ୍ନି ସ୍ବର୍ଣ୍ଣମୟୀ ରାଉତରାୟଙ୍କୁ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ ।
ଆକ୍ରମଣରେ ବଂଶଧରଙ୍କ ଦୁଇ ହାତର ଆଙ୍ଗୁଠି ଓ ପାପୁଲି ଆଘାତ ଲାଗିଥିବା ବେଳେ ପତ୍ନି ସ୍ବର୍ଣ୍ଣମୟୀଙ୍କର ଡାହାଣ ହାତ ହାଣି ଦେଇଛନ୍ତି ଚୋର । ଆକ୍ରମଣ କରି ଘରେ ଥିବା ସୁନା ଗହଣା ସହିତ ନଗଦ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି । ଏନେଇ ପାଟକୁରା ଥାନାରେ ଅଭିଯୋଗ ହେବାରେ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/H6GeMlXYGVYDNi0PaUCg.jpg)