କନକ ବ୍ୟୁରୋ: ଡିଜିପି ସମ୍ମିଳନୀ ସମୟରେ ଆସିଥିବା ଆତଙ୍କୀ ମେଲକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଏହି ମେଲ କାନାଡାରୁ ଆସିଥିଲା ବୋଲି ସ୍ପଷ୍ଟ ହୋଇଛି। ଆଇପି ଆଡରେସ ଯାଞ୍ଚ୍ ବେଳେ ଏସମ୍ପର୍କରେ ସୂଚନା ମିଳିଛି । ଆସିଥିବା ଧମକପୂର୍ଣ୍ଣ ଅଡିଓ ରେକର୍ଡ ମଧ୍ୟ ଦେଶ ବାହାରୁ ଆସିଛି । ଏହାକୁ ଇଣ୍ଟରନେଟ ଆପ ଜରିଆରେ ପ୍ରସ୍ତୁତ କରାଯାଇଥିଲା ।
ଧମକପୂର୍ଣ୍ଣ ମେଲ ଆସିଥିବା ଆଇଡୀ ଦୁଇ ଦିନ ପୂର୍ବରୁ ଖୋଲାଯାଇଥିଲା । ତେବେ ଏହି ଆତଙ୍କୀ ମେଲ୍ ଓ ଅଡିଓ ରେକର୍ଡ ପଛରେ ଓଡ଼ିଶାର କାହାର ଲିଙ୍କ ନାହିଁ। ଏନେଇ କ୍ରାଇମ ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ ଡିଜି ସମ୍ମିଳନୀ ବେଳେ ଖଲିସ୍ତାନୀ ଆତଙ୍କବାଦୀ ପନୁର ମେଲ୍ ଆସିଥିଲା । ଭୁବନେଶ୍ବର ବିମାନ ବନ୍ଦର ନଯିବାକୁ ମେଲରେ ଧମକ ଦିଆଯାଇଥିଲା । ଏହା ପରେ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା । ତଦନ୍ତ ପରେ କ୍ରାଇମବ୍ରାଞ୍ଚ ସୁତ୍ରରୁ ସୂଚନା ମିଳିଛି । ଗତ ନଭେମ୍ବର ୨୯ ଏବଂ ଡିସେମ୍ବର ୧ ତାରିଖରେ ଭୁବନେଶ୍ବରରେ ଦୁଇ ଦିନିଆ ଡିଜିପି ସମ୍ମିଳନୀ କରଯାଇଥିଲା ।