ପିପିଲି ଓରକଳ ଗାଁରେ ଆତଙ୍କ, ରାସ୍ତାକଡ଼ ବୁଦାମୂଳରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ

Advertisment

ରାସ୍ତାକଡ଼ ବୁଦାମୂଳରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ । ଘଟଣାସ୍ଥଳରେ ପହଞ୍ଚିଲେ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ।

ରାସ୍ତାକଡ଼ ବୁଦାମୂଳରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ । ଘଟଣାସ୍ଥଳରେ ପହଞ୍ଚିଲେ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ।

ପିପିଲିରେ ବୋମା ବ୍ୟାଗ୍

ପିପିଲିରେ ବୋମା ବ୍ୟାଗ୍ Photograph: (kanaknews)

କନକ ବ୍ୟୁରୋ: ରାସ୍ତାକଡ଼ରୁ ଉଦ୍ଧାର ହେଲା ବୋମା ଭର୍ତ୍ତି ବ୍ୟାଗ୍‌ । ବୋମା ନିଷ୍କ୍ରିୟକାରୀ ଦଳଙ୍କ ସହାୟତାରେ ଉଦ୍ଧାର କରିଛି ପିପିଲି ପୁଲିସ । ପିପିଲି ଟୋଲ୍‌ ପ୍ଲାଜା ନିକଟ ଓରକଳ ଗାଁ ରାସ୍ତାର ରାସ୍ତାକଡ଼ ବୁଦା ମୂଳରୁ ଉଦ୍ଧାର ହୋଇଛି ବୋମା ଭର୍ତ୍ତି ବ୍ୟାଗ୍‌ ।  

ଘଟଣା ସ୍ଥଳରେ ପିପିଲି  ପୁଲିସ ଏବଂ ପୁରୀରୁ ବମ୍‌ ସ୍କ୍ବାର୍ଡ ଆସି ତଦନ୍ତ ଆରମ୍ଭ କରିଛି । ୫ରୁ ଅଧିକ ବୋମା ଥିବାର ଅନୁମାନ କରାଯାଉଛି । ସୂଚନା ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ ଓ ବୋମାମାଡ଼ ଉଦ୍ଦେଶ୍ୟରେ କେହି ରଖିଥିବା ସନ୍ଦେହ କରାଯାଉଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe