କନକ ବ୍ୟୁରୋ: ରାସ୍ତାକଡ଼ରୁ ଉଦ୍ଧାର ହେଲା ବୋମା ଭର୍ତ୍ତି ବ୍ୟାଗ୍ । ବୋମା ନିଷ୍କ୍ରିୟକାରୀ ଦଳଙ୍କ ସହାୟତାରେ ଉଦ୍ଧାର କରିଛି ପିପିଲି ପୁଲିସ । ପିପିଲି ଟୋଲ୍ ପ୍ଲାଜା ନିକଟ ଓରକଳ ଗାଁ ରାସ୍ତାର ରାସ୍ତାକଡ଼ ବୁଦା ମୂଳରୁ ଉଦ୍ଧାର ହୋଇଛି ବୋମା ଭର୍ତ୍ତି ବ୍ୟାଗ୍ ।
ଘଟଣା ସ୍ଥଳରେ ପିପିଲି ପୁଲିସ ଏବଂ ପୁରୀରୁ ବମ୍ ସ୍କ୍ବାର୍ଡ ଆସି ତଦନ୍ତ ଆରମ୍ଭ କରିଛି । ୫ରୁ ଅଧିକ ବୋମା ଥିବାର ଅନୁମାନ କରାଯାଉଛି । ସୂଚନା ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ ଓ ବୋମାମାଡ଼ ଉଦ୍ଦେଶ୍ୟରେ କେହି ରଖିଥିବା ସନ୍ଦେହ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/05/17/4ILPmDK6NMYLSdpInyDm.jpg)