Photograph: (kanak news)
କନକ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚୂଡ଼ାନ୍ତ ସୀମାକୁ ପହଞ୍ଚିଥିବା ବେଳେ ଦୁବାଇରେ ଭୟାଭହ ପରିସ୍ଥିତି ସୃଷ୍ଟି ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ, ଇରାନ ପକ୍ଷରୁ ମିସାଇଲ ଓ ଡ୍ରୋନ ଆକ୍ରମଣ ହୋଇଥିବା ଦାବି ହେଉଛି । ବିଶ୍ୱର ସର୍ବୋଚ୍ଚ ବୁର୍ଜ୍ ଖଲିଫା ଅଟ୍ଟାଳିକା ନିକଟ ଅଞ୍ଚଳରେ ଡ୍ରୋନ ମାଡ଼ ଘଟିଥିବାରୁ ଆଖପାଖରେ ଆତଙ୍କ ସୃଷ୍ଟି ହୋଇଛି ।
ଯୁଦ୍ଧ ଭିତରେ ପ୍ରଭାବିତ ହେଇଛି ବିମାନ ସେବା ୧୧ ଦେଶକୁ ଉଡ଼ାଣ ବନ୍ଦ କରିବାକୁ ଡିଜିସିଏର ନିର୍ଦ୍ଦେଶ ଦେଇଥିଲେ । ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଯାତ୍ରା ନକରିବାକୁ ପରାମର୍ଶ ଦୁବାଇରେ ଫସିଲେ ଏହା ମଧ୍ୟରେ କିଛି ଭାରତୀୟ ସେଠାରେ ଫସିରହିଛନ୍ତି । ଭାରତୀୟ ପର୍ୟ୍ୟଟକ ପିଭି ସିନ୍ଦୁ ଫସିଥିବା ନେଇ ଟୁଇଟ କରି ସୂଚନା ଦେଇଛନ୍ତି ।
ଏହା ସହ ଦୁବାଇ ବନ୍ଦର ଅଞ୍ଚଳରେ ମିସାଇଲ ଆକ୍ରମଣ ପରେ ବିସ୍ଫୋରଣ ଘଟିଥିବା କୁହାଯାଉଛି । କିଛି ଗୋଦାମ ଓ ଇଂଧନ ସଂରକ୍ଷଣ କେନ୍ଦ୍ରକୁ କ୍ଷତି ପହଞ୍ଚିଥିବା ଅପ୍ରମାଣିତ ସୂଚନା ମିଳିଛି । ସୁରକ୍ଷା ବାହିନୀ ସତର୍କ ହୋଇ ସହରର ମୁଖ୍ୟ ସ୍ଥାନଗୁଡ଼ିକୁ ଘେରାଉ କରିଛି ଏବଂ ବିମାନବନ୍ଦର ସହ କିଛି ସେବା ସମୟିକ ଭାବେ ପ୍ରଭାବିତ ହୋଇଥିବା ଖବର ଆସୁଛି ।
ଆହୁରି ପଢ଼ନ୍ତୁ :ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ପ୍ରଭାବିତ ହେଇପାରେ ସୁନା ଓ ରୁପା ଦର
ଇରାନ ସହ ପୂର୍ବରୁ ଚାଲୁଥିବା ଯୁଦ୍ଧ ଏବେ ଖୋଲା ମୁହାଁମୁହିଁର ଆକାର ନେଇପାରେ ବୋଲି ବିଶ୍ଳେଷକମାନେ ଆଶଙ୍କା କରୁଛନ୍ତି। ଯଦିଓ ଇରାନ ସରକାର ପକ୍ଷରୁ ଆଧିକାରିକ ଭାବେ ଏହି ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ, ତଥାପି ମଧ୍ୟପୂର୍ବରେ ସୁରକ୍ଷା ପରିସ୍ଥିତି ଅଧିକ ଜଟିଳ ହେବାର ସମ୍ଭାବନା ରହିଛି ।
Follow Us