ସରୁନି ଚେଙ୍କ କାହାଣୀ,  ଗୋଟିଏ ଦିନରେ ନବରଙ୍ଗପୁର ଦୁଇଟି ସ୍ଥାନରୁ ଆସିଲା ଭୟଙ୍କର ଚିତ୍ର

Advertisment

ଚନ୍ଦାହାଣ୍ଡି ଫୁଣ୍ଡେଲପଡ଼ାରେ ମାସକର ଶିଶୁକୁ ୪୦ଥର ଚେଙ୍କ ପରେ ରାଇଘର ଅଞ୍ଚଳରେ ୬ ବର୍ଷର ଶିଶୁକୁ ଚେଙ୍କ ଦେବାକୁ ନେଇ ଚାଞ୍ଚଲ୍ୟ ।

ଚନ୍ଦାହାଣ୍ଡି ଫୁଣ୍ଡେଲପଡ଼ାରେ ମାସକର ଶିଶୁକୁ ୪୦ଥର ଚେଙ୍କ ପରେ ରାଇଘର ଅଞ୍ଚଳରେ ୬ ବର୍ଷର ଶିଶୁକୁ ଚେଙ୍କ ଦେବାକୁ ନେଇ ଚାଞ୍ଚଲ୍ୟ ।

  ସରୁନି ଚେଙ୍କ କାହାଣୀ

ସରୁନି ଚେଙ୍କ କାହାଣୀ Photograph: (kanaknews)

କନକ ବ୍ୟୁରୋ:  ସରୁନି ଚେଙ୍କ କାହାଣୀ । ଗୋଟିଏ ଦିନରେ ନବରଙ୍ଗପୁର ଜିଲ୍ଲାର ଦୁଇଟି ସ୍ଥାନରୁ ଆସିଛି ଶିଶୁ ଚେଙ୍କର ବିକଳ ଚିତ୍ର । ବିଜ୍ଞାନ ଯୁଗରେ ଆଜି ବି ଅନ୍ଧବିଶ୍ବାସରରେ ବନ୍ଧା ମଣିଷ । ଏବେ ବି ଛୋଟ ପିଲାଙ୍କୁ ରୋଗ ଭଲ କରିବା ପାଇଁ ହେଉଛି ଚେଙ୍କ ଚିକିତ୍ସା । ମାସକର ଶିଶୁକୁ ଦିଆଯାଇଛି ୪୦ରୁ ଅଧିକ ଚେଙ୍କ ।  ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ଫୁଣ୍ଡେଲପଡ଼ାରେ ଏପରି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି । ଶିଶୁକୁ ଗୁରୁତର ଅବସ୍ଥାରେ ଉମରକୋଟ ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ସେହିପରି ରାଇଘର ନକାଟି ସିମିଡ ଗାଁରେ ୬ ବର୍ଷର ଶିଶୁ କନ୍ୟାକୁ ଚିକିତ୍ସା ନାଁରେ ଦିଆଯାଇଛି ଚେଙ୍କ । ଥଣ୍ଡା , କାଶ ଜ୍ବରରେ ପୀଡିତ ଶିଶୁ କନ୍ୟାକୁ ଦିଆଯାଇଥିଲା ଚେଙ୍କ। ଦେହ ଭଲ ନହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି ଶିଶୁ କନ୍ୟା ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe