କନକ ବ୍ୟୁରୋ: ସରୁନି ଚେଙ୍କ କାହାଣୀ । ଗୋଟିଏ ଦିନରେ ନବରଙ୍ଗପୁର ଜିଲ୍ଲାର ଦୁଇଟି ସ୍ଥାନରୁ ଆସିଛି ଶିଶୁ ଚେଙ୍କର ବିକଳ ଚିତ୍ର । ବିଜ୍ଞାନ ଯୁଗରେ ଆଜି ବି ଅନ୍ଧବିଶ୍ବାସରରେ ବନ୍ଧା ମଣିଷ । ଏବେ ବି ଛୋଟ ପିଲାଙ୍କୁ ରୋଗ ଭଲ କରିବା ପାଇଁ ହେଉଛି ଚେଙ୍କ ଚିକିତ୍ସା । ମାସକର ଶିଶୁକୁ ଦିଆଯାଇଛି ୪୦ରୁ ଅଧିକ ଚେଙ୍କ । ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ଫୁଣ୍ଡେଲପଡ଼ାରେ ଏପରି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି । ଶିଶୁକୁ ଗୁରୁତର ଅବସ୍ଥାରେ ଉମରକୋଟ ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ସେହିପରି ରାଇଘର ନକାଟି ସିମିଡ ଗାଁରେ ୬ ବର୍ଷର ଶିଶୁ କନ୍ୟାକୁ ଚିକିତ୍ସା ନାଁରେ ଦିଆଯାଇଛି ଚେଙ୍କ । ଥଣ୍ଡା , କାଶ ଜ୍ବରରେ ପୀଡିତ ଶିଶୁ କନ୍ୟାକୁ ଦିଆଯାଇଥିଲା ଚେଙ୍କ। ଦେହ ଭଲ ନହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି ଶିଶୁ କନ୍ୟା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/03/04/v3lzq6DmUFCWoshClqUp.jpg)