କନକବ୍ୟୁରୋ : ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା । ଗୋଟିଏ ଟ୍ରେନ ଲାଇନଚ୍ୟୁତ୍ ହୋଇ ଅନ୍ୟ ଟ୍ରାକ୍ରେ ପଡିବା ପରେ ଧକ୍କା ଦେଲା ଅନ୍ୟ ଏକ ଟ୍ରେନ୍ । ଅତି କମରେ ୨୧ ଯାତ୍ରୀ ମୃତ, ଶତାଧିକ ଆହତ । ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଦୁର୍ଘଟଣା ଦକ୍ଷିଣ ସ୍ପେନର ଆଡାମୁଜ୍ ନଗର ନିକଟରେ ଘଟିଛି, ଯାହା କୋର୍ଡୋବା ସହର ନିକଟବର୍ତ୍ତୀ । ମାଲାଗାରୁ ମାଡ୍ରିଡ୍ ଯାତ୍ରା କରୁଥିବା ଦ୍ରୁତ ବେଗର ଟ୍ରେନ୍ ଲାଇନଚ୍ୟୁତ ହୋଇ ପାଖ ଟ୍ରାକ୍ ଉପରେ ପଡ଼ିଯାଇଥିଲା ।
ବିହାରର ମୋତିହାରୀସ୍ଥିତ ବିରାଟ ରାମାୟଣ ମନ୍ଦିରରେ ବିଶ୍ୱର ସର୍ବବୃହତ୍ ଶିବଲିଙ୍ଗ ସ୍ଥାପିତ, ଭକ୍ତଙ୍କ ଭିଡ଼
ବିପରୀତ ଦିଗରେ ଯାଉଥିବା ମାଡ୍ରିଡ୍ରୁ ହୁଏଲଭା ଯାତ୍ରା କରୁଥିବା ଦ୍ୱିତୀୟ ଟ୍ରେନ୍ ଏଥିରେ ଧକ୍କା ହୋଇଛି । ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଘଟଣାକୁ ନେଇ ଦୁଖଃ ପ୍ରକାଶ କରିଛନ୍ତି । ୩୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସା ପାଉଛନ୍ତି । କ’ଣ ପାଇଁ ଟ୍ରେନ ଲାଇନଚ୍ୟୁତ ହେଲା ତା’ର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଟ୍ରେନ୍ର ବିକୃତ ଧ୍ୱଂସାବଶେଷରୁ ଲୋକଙ୍କ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳକୁ ବହୁତ ଅସୁବିଧା ହେଉଛି । ରବିବାର ମାଲାଗାରୁ ସ୍ଥାନୀୟ ସମୟ ସନ୍ଧ୍ୟା ୬:୪୦ଟାରେ ଟ୍ରେନ୍ ଛାଡ଼ିବାର ପ୍ରାୟ ୧୦ ମିନିଟ୍ ପରେ ଘଟିଥିଲା। ଏହି ଟେନରେ ପ୍ରାୟ ୩୦୦ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/19/1-2026-01-19-07-27-16.png)