କନକ ବ୍ୟୁରୋ : କଟକ ଦୋଳମୁଣ୍ଡାଇ ଭିଆଇପି ସୋ ରୁମରେ ବଡ଼ଧରଣର ଅଗ୍ନିକାଣ୍ଡ । ଆଜି ସକାଳ ପ୍ରାୟ ୧୦ଟାରେ ସୋ ରୁମ୍ ଖୋଲି ଏସି ଚଳାଇବା ପରେ ସର୍ଟସର୍କିଟ ଯୋଗୁ ଏସି ଫାଟି ଯାଇଥିଲା । ଦୁଇ ମହଲା କୋଠାବିଶିଷ୍ଟ ଏହି ଭିଆଇପି ସୋ ରୁମରେ ନିଆଁ ଲାଗି ପ୍ରାୟ ୮୦ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଘଟଣା ଘଟିବା ପରେ ଅଞ୍ଚଳରେ ଥିବା ସମସ୍ତ ଦୋକାନ ବନ୍ଦ କରଯାଇଛି।
ନିଆଁ ଆୟତ୍ତ କରିବା ଅଗ୍ନିଶମ ବାହିନୀ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିଲା । ଏକ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ସମ୍ପୁର୍ଣ୍ଣ ଆୟତ୍ତ କରାଯାଇଛି । ଅଗ୍ନିଶମ ବିଭାଗର 6ଟି ଟିମ୍ ଓ ଗାଡ଼ି ନିଆଁ ଲିଭାଇବା ପାଇଁ ନିୟୋଜିତ ହୋଇଥିଲେ । ନିଆଁ ଲାଗିବାର ପ୍ରକୃତ କାରଣ ଜାଣିବାକୁ ତଦନ୍ତ କରାଯିବ ବୋଲି ଏଏଫଓ ପ୍ରତାପ କୁମାର ସିଂ କହିଛନ୍ତି । କଟକ ସହରରେ ବାରମ୍ବାର ନିଆଁ ଲାଗିବା ଚିନ୍ତାର କାରଣ ହୋଇଛି । ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଧ୍ୟାନ ଦିଆନଯିବା ଫଳରେ ଅଗ୍ନିକାଣ୍ଡ ଘଟୁଥିବା ଚର୍ଚ୍ଚା ହେଉଛି ।
କଟକ ଦୋଳମୁଣ୍ଡାଇରେ ଭୟାବହ ଅଗ୍ନିକାଣ୍ଡ, ଭିଆଇପି ସୋ ରୁମରେ ନିଆଁ ଲାଗି ପ୍ରାୟ 80 ଲକ୍ଷ ଟଙ୍କାର ଜିନିଷ ପୋଡ଼ିଯାଇଛି
ଅଗ୍ନିଶମ ବାହିନୀ ନିଆଁ ଆୟତ୍ତ କରିଥିଲେ । କଟକ ସହରରେ ବାରମ୍ବାର ଅଗ୍ନିକାଣ୍ଡ ନେଇ ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ତ୍ରୁଟିକୁ ଦାୟୀ କରାଯାଉଛି ।
/kanak/media/media_files/2025/04/01/0szdOFu7ww9PFHxAx4wE.jpg)