ବଦଳିଲେ ସରକାର, ବଦଳୁନି ସ୍ଥିତି: ରାଜ୍ୟରେ ଉତ୍କଟ ପାନୀୟଜଳ ସଙ୍କଟ

Advertisment

ପାଣି ପାଇଁ ୫ କିମି ମାର୍ଚ୍ଚ । ନଦୀ ପଠାକେ ବାଲିଚୁଆ ଖୋଳି ପାଣି ଆଣୁଛନ୍ତି ୩ଟି ଗାଁର ପାଞ୍ଚ ଶହରୁ ଉର୍ଦ୍ଧ୍ବ  ମହିଳା । କେନ୍ଦୁଝର ଘସିପୁରା ବ୍ଲକ୍ ବାତୋ ପଞ୍ଚାୟତରେ ଆଠ ମାସ ହେବେ ଲାଗି ରହିଛି ପାନିୟ ଜଳ ସମସ୍ୟା ।

ପାଣି ପାଇଁ ୫ କିମି ମାର୍ଚ୍ଚ । ନଦୀ ପଠାକେ ବାଲିଚୁଆ ଖୋଳି ପାଣି ଆଣୁଛନ୍ତି ୩ଟି ଗାଁର ପାଞ୍ଚ ଶହରୁ ଉର୍ଦ୍ଧ୍ବ  ମହିଳା । କେନ୍ଦୁଝର ଘସିପୁରା ବ୍ଲକ୍ ବାତୋ ପଞ୍ଚାୟତରେ ଆଠ ମାସ ହେବେ ଲାଗି ରହିଛି ପାନିୟ ଜଳ ସମସ୍ୟା ।

12water

Photograph: (kanak news)

କନକ ବ୍ୟୁରୋ: ପାଣି ପାଇଁ ୫ କିମି ମାର୍ଚ୍ଚ । ନଦୀ ପଠାକେ ବାଲିଚୁଆ ଖୋଳି ପାଣି ଆଣୁଛନ୍ତି ୩ଟି ଗାଁର ପାଞ୍ଚ ଶହରୁ ଉର୍ଦ୍ଧ୍ବ  ମହିଳା । କେନ୍ଦୁଝର ଘସିପୁରା ବ୍ଲକ୍ ବାତୋ ପଞ୍ଚାୟତରେ ଆଠ ମାସ ହେବେ ଲାଗି ରହିଛି ପାନିୟ ଜଳ ସମସ୍ୟା । ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି  ବିଡିଓ, ଜଳ ଯୋଗାଣ ଅଧିକାରୀ, ସମସ୍ତଙ୍କୁ ଗୁହାରୀ କଲେ ମଧ୍ୟ ସମାଧାନ ହୋଇପାରିନାହିଁ। ସେପଟେ ଗଂଜାମ ଧରାକୋଟ ବ୍ଲକର ଉପାନ୍ତ ଗାଁରେ ଉଗ୍ରରୂପ ଧାରଣ କଲାଣି ଜଳ ଯନ୍ତ୍ରଣା।

ବାଲିଚୁଆରେ ଜୀବନ। ହାତରେ ଗରା-ବାଲଟି ଧରି କୂଶେଇ ନଦୀ ପଠାରେ ଭିଡ଼ ଲଗାଇଛନ୍ତି ମହିଳା। ବାଲିକୁ ଆଡ଼େଇ ଚୁଆ ଖୋଳିଛନ୍ତି। ସେଥିରୁ ଚଳଚଳ କରି ପାଣି ଆଣି ଶାଢି କାନିରେ ଛାଣି ଗରାରେ ଭର୍ତ୍ତି କରୁଛନ୍ତି। ଏମିତି କରି ଗରାଏ ପାଣି ନେଲେ ପରିବାରର ଶୋଷ ମେଣ୍ଟିବ। ଏ ଚିତ୍ର କେନ୍ଦୁଝର ଘସିପୁରା ବ୍ଲକ ବାତୋ ପଞ୍ଚାୟତର। ୮ ମାସ ହେଲା ପିଇବା ପାଣି ପାଇଁ ଏମିତି ସଂଘର୍ଷ କରୁଛନ୍ତି କୁମ୍ଭାର ସାହି, ଦେହୁରୀ ସାହି ଓ ଜେନା ସାହିର ମହିଳାମାନେ।

 କାରଣ ଗାଁରେ ଥିବା ନଳକୂପରୁ ପର୍ୟ୍ୟାପ୍ତ ପାଣି ବାହାରୁ ନାହିଁ। ବସୁଧା ଯୋଜନାରେ ଆସୁଥିବା ପାଣି ଅଧାବାଟରୁ ଚୋରି ହେଉଥିବା ଅଭିଯୋଗ ହୋଇଛି।କେବଳ ବାତୋ ପଞ୍ଚାୟତ ନୁହେଁ ଖରାଦିନ ଆରମ୍ଭରୁ ଅନେକ ସ୍ଥାନରେ ଜଳ ସଙ୍କଟ ଦେଖାଦେଇଛି। କେଉଁଠି ବସୁଧା ଯୋଜନା ଅଚଳ ତ ପୁଣି କେଉଁଠି ଲୋକଙ୍କ କାମରେ ଆସୁନି ବୋରୱେଲ୍। ଉପାନ୍ତ ଗାଁ ଗୁଡ଼ିକରେ ସମସ୍ୟା ଉତ୍କଟ ହୋଇଛି। ଗଂଜାମ ଧରାକୋଟ ବ୍ଲକର ୫ଟି ପଞ୍ଚାୟତରେ ଜଳ ସଙ୍କଟ ଚରମସୀମାରେ ପହଞ୍ଚିଛି। ସାଆବା, ମାଣିକ୍ୟପୁର, ବଳରାମପୁର, ମଛାକୋଟ ଓ ବାହାରପୁରର ପଂଚାୟତର ବଣପାହାଡ଼ ଘେରା ଗାଁର ମହିଳାମାନେ ପାଣି ପାଇଁ ଚାଲନ୍ତି ମାଇଲ ମାଇଲ ବାଟ। ବଣ ପାହାଡ଼ ଚଢ଼ି ପରିତ୍ୟକ୍ତ ସ୍ଥାନରୁ ସଂଗ୍ରହ କରନ୍ତି ଜଳ। ଯାହା ପିଇବା ଉପଯୋଗୀ ନୁହେଁ। ତଥାପି ବିକଳ୍ପ ନଥିବାରୁ ପୋଖରୀ ଗାଡ଼ିଆ କିମ୍ବା ଝରଣାର ଦୁଷିତ ପାଣିରେ ଲୋକଙ୍କ ଶୋଷ ମେଣ୍ଟୁଛି।

ଉପକୂଳରେ ଥିବା ସହର ତଳି ଅଞ୍ଚଳ ଓ ଗାଁରେ ମଧ୍ୟ ଏବେ ଠାରୁ ପାନୀୟ ଜଳର ସମସ୍ୟା ଦେଖାଦେଲାଣି। ଆସିକା ଓ ଧରାକୋଟ ବ୍ଲକର ବହୁ ଗାଁରେ ନଳକୂପ ଅଚଳ ହୋଇପଡ଼ିଛି। ଆଉ କେତେ ସ୍ଥାନରେ ନଳକୂପ ଅଛି ସାମଗ୍ରୀ ଚୋରି ହୋଇଗଲାଣି। ସେପଟେ ଗ୍ରାମାଞ୍ଚଳରେ ଜଳ ସଂକଟ ଦୂର କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe