କନକ ବ୍ୟୁରୋ : ଅସ୍ଥି ବିସର୍ଜନ ପାଇଁ ଯାଉଥିଲେ ରାସ୍ତାରେ ଜଗିଥିଲା ଯମ । ହରିଦ୍ବାରରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ଜୀବନ । ଉତ୍ତରପ୍ରଦେଶ ମୁଜାଫରନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଦୁର୍ଘଟଣାସ୍ଥଳରୁ ପରିବାରର ଜଣେ ସଦସ୍ୟଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ପଠାଯାଇଛି । ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ମୁଜାଫରନଗର ଟିଟାଭି ଅଞ୍ଚର ପାନିପଥ-ଖାତିମା ରାଜପଥ ଉପରେ ଛିଡ଼ା ହୋଇଥିବା ଟ୍ରକକୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା କାର୍ । କରନାଲର ପରିବାର ହରିଦ୍ବାରକୁ ସମ୍ପର୍କୀୟଙ୍କ ଅସ୍ଥି ବିସର୍ଜନ ପାଇଁ ଆସିଥିବା ବେଳେ ଏଭଳି ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ ।
ଉତ୍ତରପ୍ରଦେଶରେ ଭୟଙ୍କର ଦୁର୍ଘଟଣା : ଅସ୍ଥି ବିସର୍ଜନ ପାଇଁ ଯାଉଥିଲେ, ରାସ୍ତାରେ ଜଗିଥିଲା ଯମ
ହରିଦ୍ବାରରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ଜୀବନ । ଉତ୍ତରପ୍ରଦେଶ ମୁଜାଫରନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
/kanak/media/media_files/2025/10/01/accident-2025-10-01-15-09-45.jpg)