କନକବ୍ୟୁରୋ : ବିଜେଡି ସୁପ୍ରିମୋଙ୍କ ଖୁବ ଶୀଘ୍ର ଭେଟିବେ ପିସିସି ସଭାପତି। ରାଜ୍ୟ ସଭା ନିର୍ବାଚନ ପ୍ରସଙ୍ଗରେ ଏପରି ପ୍ରତିକ୍ରିୟା ରଖିଛନ୍ତ ପିସିସି ସଭାପତି ଭକ୍ତ ଦାସ। ରାଜ୍ୟ ସ୍ବାର୍ଥ ପାଇଁ ନବୀନଙ୍କ ସହ ଖୁବ ଶୀଘ୍ର ଭେଟଘାଟ ହେବ ବୋଲି କହିଛନ୍ତି। ବିପକ୍ଷ ଦଳ ପାଇଁ ସୁଯୋଗ ଅଛି, ଆଲୋଚନା କଲେ ଅନେକ କଥା ସାମ୍ନାକୁ ଆସିବ ।  ଦିନେ ଦୁଇ ଦିନ ଭିତରେ ଜଣାପଡ଼ିବ କେବେ ହେବ ଭେଟଘାଟ ହେବ ବୋଲି କହିଛନ୍ତି ଭକ୍ତ ଦାସ। ବିଜେଡି ଓ କଂଗ୍ରେସର ସଂଖ୍ୟାକୁ ନେଇ ସମ୍ଭାବନା ଦେଖାଦେଉଛି। ସମ୍ଭାବନାକୁ ଚେଷ୍ଟା କରିବା ରାଜନୈତିକ ଅପରାଧ ନୁହଁ । ଜିତିପାରିବୁନି ଆମେ ଜାଣିଛୁ, ରାଜ୍ୟର ସ୍ବାର୍ଥ ପାଇଁ ଆମେ ଲଢିବୁ ଏବଂ ଦଳର ମର୍ଯ୍ୟାଦା ପାଇଁ ଲଢିବୁ ବୋଲି ଭକ୍ତ ଦାସ କହିଛନ୍ତି।

Advertisment


--