କନକବ୍ୟୁରୋ : ସାହି ମଝିରେ ବୁଲିଲା ଖଣ୍ଡା । ବିବାହ ପ୍ରସ୍ତାବ ଭାଙ୍ଗିଯିବାରୁ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ । ବ୍ରହ୍ମପୁର ଟାଉନ୍ ଥାନା ଗେଟ୍‌ବଜାର ରାଧାକୃଷ୍ଣ ସାହିରେ ଏପରି ଘଟଣା ଘଟିଛି । ସୋସିଆଲ ମିଡିଆରେ ସାହି ମଝିରେ ଖଣ୍ଡା ବୁଲିବାର ଭିଡିଓ ଭାଇରାଲ ହେବାରେ ଲାଗିଛି  ।  ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ  । 

Advertisment

ଝିଅର ଭାଇ ଓ ବିବାହ କରିବାକୁ ଥିବା ଯୁବକଙ୍କୁ ଗିରଫ କରାଯାଇଛି   ।  ଗିରଫ ଦୁଇ ଜଣ ହିଞ୍ଜିଳି ସାରୁ ଗାଁର କାହ୍ନା ଡାକୁଆ ଓ ରାଧାକୃଷ୍ଣ ସାହିର କାହ୍ନୁ ଡାକୁଆ  ।  ବିବାହ ପ୍ରସ୍ତାବ ଭାଙ୍ଗିବା ପରେ ଝିଅ ଘର ଲୋକେ ପୁଅ ଘର ଲୋକଙ୍କୁ କ୍ଷତିପୂରଣ ବାବଦକୁ ଟଙ୍କା ମାଗିଥିଲେ  ।  ଏହା ପରେ ଝିଅର ଭାଇ ଓ ଝିଅର ଭାବି ସ୍ବାମୀ ମଧ୍ୟରେ ଗଣ୍ଡଗୋଳ ହେବା ପରେ ଉଭୟ ଗିରଫ ହୋଇଛନ୍ତି  । 

ସେପଟେ ମାରଣାସ୍ତ୍ର ଦେଖାଇ ଦମ୍ପତିଙ୍କୁ ଲୁଟ୍ ହୋଇଛି ସୋରରେ  ।  ହାତଗୋଡ଼ ବାନ୍ଧି ଲୁଟେରା ଲୁଟିନେଲେ ୪ ଲକ୍ଷରୁ ଅଧିକ ଟଙ୍କାର ଗହଣା ।  ସୋର ଥାନା ଟେଣ୍ଟେଇ ସାହିର ଜଣେ ବ୍ୟକ୍ତିଙ୍କ ଘରେ ପଶି  ଦୁର୍ବୃତ୍ତ ପଶି ହାତଗୋଡ଼ ବାନ୍ଧି ୪ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟିନେଇଥିବା ଜଣାପଡିଛି  ।   ଘରେ କେହି ନଥିବା ବେଳେ କିଛି ଦୁର୍ବୃତ୍ତ ଗାଁର ରାମଚନ୍ଦ୍ର କରଙ୍କ ଘରେ ପଶି ଲୁଟ୍ କରିଥିଲେ   ।

ବିଳମ୍ବିତ ରାତିରେ ପ୍ରାୟ ୫ ଜଣ ଦୁର୍ବୃତ୍ତ ଏକ କାରରେ ଆସି ତାଙ୍କ ଘରର ପଛ ପଟ କବାଟ ଭାଙ୍ଗିବା ସହିତ ଘର ଭିତରକୁ ପଶିଥିଲେ । ପରେ ଉଭୟ ବୃଦ୍ଧ ବୃଦ୍ଧାଙ୍କ ହାତ ଓ ଗୋଡ଼କୁ ଗାମୁଛା ଏବଂ ଦୌଡିରେ ବାନ୍ଧି ଘରେ ଥିବା ୪ ଲକ୍ଷରୁ ଅଧିକ ଟଙ୍କାର ଗହଣା  ଓ ନଗଦ ୩୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ  ।  ଖବର ପାଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ସହିତ ସୋର ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ଓ ସରପଞ୍ଚ ଲକ୍ଷ୍ମୀକାନ୍ତ ମଳିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।