ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଟଣାଓଟରା, ମୃତ୍ୟୁର ୩ ଦିନ ପରେ ବି ହୋଇପାରୁନି ଅନ୍ତିମ ସଂସ୍କାର

Advertisment

ବାଧକ ସାଜିଛି ଧର୍ମାନ୍ତରୀକରଣ । ବାଲେଶ୍ୱର ଜିଲ୍ଲା ରାଇବଣିଆରେ ଅଭାବନୀୟ ଦୃଶ୍ୟ ।

ବାଧକ ସାଜିଛି ଧର୍ମାନ୍ତରୀକରଣ । ବାଲେଶ୍ୱର ଜିଲ୍ଲା ରାଇବଣିଆରେ ଅଭାବନୀୟ ଦୃଶ୍ୟ ।

Deadbody

Deadbody Photograph: (Google)

କନକ ବ୍ୟୁରୋ:  ମୃତ୍ୟୁ ପରେ ହୋଇପାରୁନି ଅନ୍ତିମ ସଂସ୍କାର । ୩ ଦିନ ହେଲାଣି ପଡିରହିଛି ମୃତଦେହ। କାରଣ ବାଧକ ସାଜିଛି ଧର୍ମାନ୍ତରୀକରଣ । ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ରଙ୍ଗାମାଠିଆ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଗାଁର ଛୁଟା ହାଁସଦାଙ୍କର ଗତ ବୁଧବାର ଦିନ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଥିଲା । ସେ ପାରମ୍ପରିକ ଆଦିବାସୀ ସଂପ୍ରଦାୟର ହୋଇ ମଧ୍ୟ ୧୫ ବର୍ଷରୁ ଅଧିକ ବର୍ଷ ହେବ ନିଜର ଧର୍ମ ପରିବର୍ତ୍ତନ କରି ଖୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି ।

ଅଧିକ ପଢନ୍ତୁ; ଭାଇମାନଙ୍କ ଗୁଳିରେ ଚାଲିଗଲା ପ୍ରେମିକଙ୍କ ଜୀବନ, ଶବକୁ ବାହାହେଲେ ପ୍ରେମିକା

ଆଦିବାସୀ ପରମ୍ପରାର ବିଧି ବିଧାନ କ୍ଷୁର୍ଣ୍ଣ ହେବାରୁ ଗ୍ରାମବାସୀ ମାନେ ଗାଁ ମଶାଣିରେ ଶବ ସତ୍କାର କରିବାକୁ ବାରଣ କରିଛନ୍ତି । ମୃତକ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବାରୁ ନିୟମ ଅନୁସାରେ ନିଜ ବାଡ଼ିରେ ପୋତିବା ପାଇଁ ପୁଅ କହୁଛନ୍ତି। କିନ୍ତୁ ଗ୍ରାମବାସୀ ଆଦିବାସୀ ସମ୍ପ୍ରଦାୟ ନିୟମରେ ପୋଡିବା ପାଇଁ ଜିଦ୍ ଧରିଛନ୍ତି । ଫଳରେ ୩ ଦିନ ଧରି ମୃତଦେହ ଘରେ ପଡ଼ି ରହିଛି । ପରିବାର ଲୋକ ଏବଂ ଗ୍ରାମବାସୀଙ୍କ ଟଣାଓଟରା ଯୋଗୁଁ ପଡି ରହିଛି ମୃତଦେହ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe