ଗୁଣି ସନ୍ଦେହରେ ୩ ଜଣଙ୍କୁ ହତ୍ୟା ପରେ ଗଞ୍ଜାମ ଖାରୀପଲ୍ଲୀରେ ତୀବ୍ର ଉତ୍ତେଜନା, ୧୦ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ

ଚାପା ଉତେଜନାକୁ ଦୃଷ୍ଟିରେ ରଖି ବଡ଼ଗଡ଼ ଥାନା ଅଂଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁଲିସ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବାବେଳେ ଉତ୍ତେଜନା ଲାଗି ରହିଛି। ସେପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଗତକାଲି ରାତିରେ ହୋଇଥିବା ସଂଘର୍ଷରେ ଉଭୟ ଗୋଷ୍ଠୀର ୩ ଜଣ ପ୍ରାଣ ହରାଇଛନ୍ତି।

KþKÑZþ}þþ

þZòþKZKþq

କନକ ବ୍ୟୁରୋ : ଗୁଣିଗାରେଡି ସନ୍ଦେହରୁ ୩ ଜଣଙ୍କ ହତ୍ୟା ପରେ ଗୋଷ୍ଠୀ ସଂଘର୍ଷ । ଗଞ୍ଜାମ ବଡ଼ଗଡ଼ ଥାନା ଅଂଚଳରେ ଚାଞ୍ଚଲ୍ୟ । ଖାରିପଲ୍ଲୀ ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ପରେ ପୁରା ଗାଁରେ ପୁଲିସ ଛାଉଁଣି। ଚାପା ଉତେଜନାକୁ ଦୃଷ୍ଟିରେ ରଖି ବଡ଼ଗଡ଼ ଥାନା ଅଂଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁଲିସ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବାବେଳେ ଉତ୍ତେଜନା ଲାଗି ରହିଛି। ସେପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଗତକାଲି ରାତିରେ ହୋଇଥିବା ସଂଘର୍ଷରେ ଉଭୟ ଗୋଷ୍ଠୀର ୩ ଜଣ ପ୍ରାଣ ହରାଇଛନ୍ତି। ଗୋଟିଏ ଗୋଷ୍ଠୀର ବାପା ଓ ପୁଅଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଏକ ଗୋଷ୍ଠୀର ଜଣେ ପ୍ରାଣ ହରାଇଛନ୍ତି। ଦୁଇ ଜଣ ବାପା ପୁଅ ହେଲେ ଖଦାଲ ବେହେରା ଓ ରତ୍ନାକର ବେହେରା। ଅନ୍ୟ ଏକ ଗୋଷ୍ଠୀର ରମେଶ ବେହେରା ପ୍ରାଣ ହରାଇଛନ୍ତି। ବଡଗଡ ଥାନା ଖାରିପଲ୍ଲୀ ଗାଁରେ ଏହି ଘଟଣା ଘଟିଛି। ଖାରିପଲ୍ଲୀ ଗାଁରେ ତୀବ୍ର ଉତ୍ତେଜନା ଲାଗି ରହିଛି। ୫ଟି ଥାନା ଶେରଗଡ, ସୋରଡା, ବଡଗଡ, ଧରାକୋଟ ଓ ଆସ୍କା  ଥାନାର ଆଇଆଇସି ଗାଁରେ ପଂହଚିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe