ରାଜ ପରିବାରରେ ମାରପିଟ୍ ; ରାଜାଭିଷେକ ସମୟରେ ଅପ୍ରୀତିକର ସ୍ଥିତି

ରାଜସ୍ଥାନ ଉଦୟପୁର ରାଜ ପ୍ରାସାଦ ସମ୍ମଖୁରେ ପ୍ରବଳ ଉତ୍ତେଜନା । ପଥର ମାଡ଼ ସାଙ୍ଗକୁ ପୁଲିସର ଲାଠି ଚାର୍ଜ ଏଥିରେ ରାଜ ପରିବାରର ନୂଆ ମୁଖିଆଙ୍କ ରାଜାଭିଶେକ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ସୂଚନା ।

56raj

କନକ ବ୍ୟୁରୋ: ରାଜସ୍ଥାନ ଉଦୟପୁର ରାଜ ପ୍ରାସାଦ ସମ୍ମଖୁରେ ପ୍ରବଳ ଉତ୍ତେଜନା । ପଥର ମାଡ଼ ସାଙ୍ଗକୁ ବ୍ୟାପକ ହୋହାଲ୍ଲା ହେବା ପରେ ପୁଲିସ ଲାଠି ଚାର୍ଜ କରିଛି । ଏଥିରେ ତିନି ଜଣ ଲୋକ ଆହତ ହୋଇଛନ୍ତି । ରାଜ ପରିବାରର ନୂଆ ମୁଖିଆଙ୍କ ରାଜାଭିଷେକ ସମୟରେ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । 

ସୂଚନା ଅନୁସାରେ, ଗତକାଲି ବିଜେପି ନେତା ବିଶ୍ୱରାଜ ସିଂହ ମେୱାଡ ପୂର୍ବତନ ରାଜ ପରିବାରର ମୁଖିଆ ଭାବେ ନିଯୁକ୍ତ ହୋଇଥିଲେ । ଚଳିତ ମାସ ତାଙ୍କ ବାପା ମହେନ୍ଦ୍ର ସିଂହ ମେୱାଡଙ୍କ ଦେହାନ୍ତ ପରେ ତାଙ୍କୁ ଏହି ପଦବୀରେ ରାଜାଭିଷେକ ହେବାର ଥିଲା । ଏଥିପାଇଁ ସେ ଗତକାଲି ସିଂହାସନ ଆରୋହଣ ସହ ରାଜାଭିଶେକ ପାଇଁ ସମର୍ଥକଙ୍କୁ ନେଇ ରାଜସ୍ଥାନ ସିଟି ପାଲେସରେ ପହଞ୍ଚିଥିଲେ । ଏହି ସମୟରେ ବିଶ୍ୱରାଜ ସିଂହଙ୍କ ଦାଦା ସେଠାରେ ପହଞ୍ଚି ସେମାନଙ୍କୁ ଅଟକାଇଥିଲେ । ଏପରିକି ରାଜ ପ୍ରାସାଦକୁ ଯିବାକୁ ଦେଇନଥିଲେ । ଫାଟକରେ ପହଞ୍ଚି ଗଣ୍ଡଗୋଳ କରିବାରୁ ଆରମ୍ଭ ହୋଇଥିଲା ତୁମୁଳକାଣ୍ଡ।ପଥର ମାଡ଼ ସାଙ୍ଗକୁ ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ୍ ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲାଠିଚାର୍ଜ କରିଛି। ଏଥିରେ ତିନି ଜଣ ଆହତ ହୋଇଛନ୍ତି। ଶାନ୍ତିଶୃଙ୍ଖଳା ଫେରାଇ ଆଣିବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe