ଭସାଣିବେଳେ ଛୁରାମାଡ ; ଚାଲିଗଲା ନାବାଳକ ଜୀବନ, ଜଣେ ଗୁରୁତର

ନବରଙ୍ଗପୁର ସହରରେ ଭାସାଣି ବେଳେ ଉତ୍ତେଜନା । ଛୁରାମାଡ଼ରେ ଜଣେ ନାବାଳକ ମୃତ, ଜଣେ ଗୁରୁତର, ୧୦ ଅଟକ

111111

କନକ ବ୍ୟୁରୋ: ଭସାଣି ବେଳେ ଛୁରାମାଡ଼ । ନବରଙ୍ଗପୁର ସହରରେ ମା’ଙ୍କ ଭସାଣି ବେଳେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । 

ସୋମବାର ରାତିରେ ଭାସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରେ ଏହି ସଂଘର୍ଷ ଉଗ୍ର ରୂପ ନେଇଥିଲା । ଛୁରା ମାଡ଼ରେ ଗୋଟିଏ ଗୋଷ୍ଠୀର ଦୁଇ ନାବାଳକ ଦଣ୍ଡସି ସାହିର କିରଣ ଗଦବା ଓ ତେଜାବ ହରିଜନ ଗୁରୁତର ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ନବରଙ୍ଗପୁର ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ନାବାଳକ କିରଣ ଗଦବା ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ତେଜାବ ହରିଜନଙ୍କ ଚିକିତ୍ସା ଚାଲିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।  ୮ରୁ ୧୦ କୁ ଅଟକ ରଖି ପଚରା ଉଚରା କରୁଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe