କନକ ବ୍ୟୁରୋ: ଭୁବନେଶ୍ୱର ବିଜେଇଏମ୍ ସ୍କୁଲ ସମ୍ମୁଖରେ ଉତ୍ତେଜନା । ଧାରଣାରେ ବସିଲେ ଅଭିଭାବକ । ସ୍କୁଲ ଫି’ ଅହେତୁକ ବୃଦ୍ଧି ପ୍ରତିବାଦରେ ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି ଅଭିଭାବକ । ବେଆଇନ ଭାବେ ପ୍ରତିବର୍ଷ ପିଲାଙ୍କ ସ୍କୁଲ ଫି ସ୍କୁଲ କର୍ତ୍ତୃପକ୍ଷ ଅହେତୁକ ଭାବେ ବୃଦ୍ଧି କରୁଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ ।
ଆଡମିସନ ସମୟରେ ସ୍କୁଲ ଫି’ ଏଭଳି ଭାବେ ବୃଦ୍ଧି କରାଯିବନି ବୋଲି କହିଥିଲେ ସ୍କୁଲ ମ୍ୟାନେଜମେଣ୍ଟ । ହେଲେ ଏବେ ପ୍ରତିବର୍ଷ ପ୍ରାୟ ୧୫ରୁ ୨୦ ପ୍ରତିଶତ ସ୍କୁଲ ଫି ବେଆଇନ ଭାବେ ବୃଦ୍ଧି କରୁଥିବା କହିଛନ୍ତି ଅଭିଭାବକ। ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଉନଥିବାରୁ ବାଧ୍ୟ ହୋଇ ଧାରଣା ଦେଇଛନ୍ତି ଅଭିଭାବକ। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବଡ଼ଗଡ଼ ଥାନା ପୁଲିସ ଓ ସ୍ଥାନୀୟ କର୍ପୋରେଟର ପହଂଚି ଅଭିଭାବକ ମାନଙ୍କୁ ବୁଝାସୁଝା କରିବା ପରେ ଧାରଣରୁ ଓହରି ଥିଲେ ଅଭିଭାବକ। ତେବେ ଆସନ୍ତା ମାର୍ଚ୍ଚ ୨ ତାରିଖ ଭିତରେ ଏହି ସମସ୍ୟା ସମାଧାନ ନହେଲେ, ଆନ୍ଦୋଳନକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି ଅଭିଭାବକ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2025/02/21/bibSSOlLPRrDPiE6SGiP.jpg)