ଚୋରା ମଦ ବିକ୍ରିକୁ ନେଇ ଉତ୍ତେଜନା : ଗ୍ରାମବାସୀ-ମଦ ବେପାରୀ ମୁହାଁମୁହିଁ

ଗାଁ ଭିତରେ ମଦ ପିଇ ନିଶାଡ଼ି ମାନେ ଉତ୍ପାତ କରୁଛନ୍ତି । ଛାତ୍ରଛାତ୍ରୀ ଏବଂ ମହିଳା ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ।

alcohol

alcohol Photograph: (Kanak News)

କନକ ବ୍ୟୁରୋ : ଚୋରା ମଦ ବିକ୍ରିକୁ କେନ୍ଦ୍ର କରି ଉତ୍ତେଜନା । ଗ୍ରାମବାସୀ-ମଦ ବେପାରୀ ମୁହାଁମୁହିଁ । ଥାନା ଘେରିଲେ ୮ ଟି ଗାଁର ଲୋକ । ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ବନମାଳୀପୁର ଅଞ୍ଚଳରେ ଗାଁ ମଝିରେ ଦିନ ରାତି ଖୋଲାମେଲାରେ ଚୋରା ମଦ ବିକ୍ରି ହେଉଛି । ଗାଁ ଭିତରେ ମଦ ପିଇ ନିଶାଡ଼ି ମାନେ ଉତ୍ପାତ କରୁଛନ୍ତି । ଛାତ୍ରଛାତ୍ରୀ ଏବଂ ମହିଳା ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଛି । ଥାନାରେ ଅଭିଯୋଗ କଲେ କିଛି ସୁଫଳ ମିଳୁନାହିଁ । ଚୋରା ମଦ ବିକ୍ରି ରୋକିବା ପାଇଁ ୮ ଟି ଗାଁର ଲୋକେ ଏକାଠି ହୋଇ ଥାନା ଘେରାଉ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe