ପଦଯାତ୍ରାରେ ପଦାରେ ପଡିପାରେ ବିଜେଡି ବିବାଦ । ବଢୁଛି ଦଳୀୟ କନ୍ଦଳ ଭୟ ।

Advertisment

ପଦଯାତ୍ରା ବେଳେ ବିଜେଡି ପାଇଁ ବଢୁଛି ଟେନସନ ।  ପଦଯାତ୍ରା ପୂର୍ବରୁ  ନେତାମାନେ ଖୁଲମଖୁଲ୍ଲା ଦଳ ହାରିବାର କାରଣ କହୁଛନ୍ତି । ଆଉ ଆଗକୁ ଏହା ପଦଯାତ୍ରା ବେଳେ ଦଳର ସମସ୍ୟା ବଢାଇପାରେ ବୋଲି ଆଲୋଚନା ହେଉଛି । 

ପଦଯାତ୍ରା ବେଳେ ବିଜେଡି ପାଇଁ ବଢୁଛି ଟେନସନ ।  ପଦଯାତ୍ରା ପୂର୍ବରୁ  ନେତାମାନେ ଖୁଲମଖୁଲ୍ଲା ଦଳ ହାରିବାର କାରଣ କହୁଛନ୍ତି । ଆଉ ଆଗକୁ ଏହା ପଦଯାତ୍ରା ବେଳେ ଦଳର ସମସ୍ୟା ବଢାଇପାରେ ବୋଲି ଆଲୋଚନା ହେଉଛି । 

26ୌେ

କନକ ବ୍ୟୁରୋ: ପରାଜୟର ତିନି ମାସ ପରେ ଲୋକଙ୍କ ପାଖକୁ ଯିବାକୁ ଅଣ୍ଟା ଭିଡ଼ିଛି ବିଜେଡି । ପଦଯାତ୍ରା ନାଁରେ ବିଜେପି ସରକାରର ଶହେ ଦିନର ଅବହେଳାକୁ ପ୍ରସଙ୍ଗ କରିବାକୁ  ଯାଉଛି ଦଳ । ସରକାରରେ ଥିବାବେଳେ ବିଜେଡିର ଭିନ୍ନ ଭିନ୍ନ ଗୋଷ୍ଠୀ ପଦଯାତ୍ରା କରିଥିଲେ । ଏପରିକି ବିଭିନ୍ନ ସ୍ଥାନରେ ହାତାହାତି ସ୍ଥିତି ସୃଷ୍ଟି ହୋଇଥିଲା। ଗତକାଲି ପଦଯାତ୍ରା ସମୀକ୍ଷା ବୈଠକରେ ବି ଅସନ୍ତୋଷ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଖୋର୍ଦ୍ଧାର ପୂର୍ବତନ ବିଧାୟକ ରାଜେଦ୍ର ସାହୁ । ବିଜେଡି ନେତା ଦଳରେ ବିବାଦ କଥାକୁ ସ୍ୱୀକାର କରିଥିଲେ ମଧ୍ୟ ନବୀନଙ୍କ ଆଦେଶ ସର୍ବୋପରି ବୋଲି କହିଛନ୍ତି । 

  • ଲକ୍ଷ୍ମଣରେଖା ମାନୁନାହାନ୍ତି ନେତା
  • ଦଳୀୟ ଅବ୍ୟବସ୍ଥା ଉପରେ ଉଠାଉଛନ୍ତି ପ୍ରଶ୍ନ

ସେପଟେ ଏଯାଏଁ ପରାଜୟର ସମୀକ୍ଷା ହୋଇନ ଥିବା ବେଳେ ଜଣେ ପରେ ଜଣେ ନେତା ସାମ୍ନାକୁ ଆସି ଦଳୀୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ । ଅମର ଶତପଥୀ, ମଙ୍ଗଳା କିଷାନ, ମହୀଧର ରଣା, ଅବିନାଶ ସାମିଲ, ପ୍ରଦୀପ ଦିଶାରିଙ୍କ ଭଳି ନେତା ଦଳ କାହିଁକି ହାରିଲା ତାହା ଖୁଲମଖୁଲ୍ଲା କହିଛନ୍ତି । ଏଭଳି ସମୟରେ ବିଜେଡି ପଦଯାତ୍ରା ଦଳ ପାଇଁ ଅଡୁଆ ସୃଷ୍ଟି କରିପାରେ । 

ଦିନ ଗଡିବା ସହ ବିଜେଡିରେ ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଛି । ଏମିତି କି ଅସନ୍ତୁଷ୍ଟଙ୍କୁ ନିଜ ସପକ୍ଷରେ ଆଣିବାକୁ ବିଜେପି ଅପରେସନ ଲୋଟସ ଚଳାଉଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏଭଳି ସ୍ଥଳେ ପଦଯାତ୍ରା କେମିତି ହେବ ସେନେଇ ଏବେଠୁ ଆଶଙ୍କା ପ୍ରକାଶ ପାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe