କନକ ବ୍ୟୁରୋ : ସୋସିଆଲ ମିଡିଆରେ ବିବାଦୀୟ ଭିଡିଓକୁ ନେଇ ଭଦ୍ରକରେ ହିଂସା । ରାଲି କରି ଯାଉଥିବା ବେଳେ ପୁଲିସ ଅଟକାଇବାରୁ ପୁଲିସକୁ କିଛି ଅସାମାଜିକ ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏଥିର ଜଣେ ପୁଲିସ ଏସଆଇଙ୍କ ସମେତ ଅନ୍ୟ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ।
ପୋଲିସ ଭ୍ୟାନ ଓ ତହସିଲଦାର ଗାଡି ଭଙ୍ଗାରୁଜା ହୋଇଛି । ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡିଛି । ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ବିଏନଏସ୍ ଧାରା ୧୬୩ ଲାଗୁ କରାଯାଇଛି । ଏକା ସାଙ୍ଗରେ ୫ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ୧୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି ।
ସାମାଜିକ ଗଣମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ପୋଷ୍ଟକୁ ବିରୋଧ କରି ଗୋଟିଏ ଗୋଷ୍ଠୀ ଥାନାରେ ଅଭିଯୋଗ କରିଥିଲା । ସନ୍ତିଆ ନିକଟରେ ରାଲି କରିବାକୁ ଉଦ୍ୟମ କରୁଥିବା ସମୟରେ ଭଦ୍ରକ ସିଟି ଡ଼ିଏସପି ତହସିଲଦାର ଓ ଟାଉନ ପୋଲିସ ସେମାନଙ୍କୁ ଯିବାକୁ ବାରଣ କରିଥିଲେ । ଫଳରେ ଉତ୍ୟକ୍ତ ଲୋକଙ୍କ ମାଡରେ ଟାଉନ ପୋଲିସ ସବ ଇନସ୍ପେକ୍ଟର ରୋଜନ ମୁର୍ମୁ ଆହତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/6WLNROFaq0dH9Jvnrt4b.jpg)