Tension In Kotia Photograph: (Kanak News)
କନକ ବ୍ୟୁରୋ : କୋରାପୁଟ ଜିଲ୍ଲା କୋଟିଆରେ ଆନ୍ଧ୍ର ଅଧିକାରୀଙ୍କୁ ବିରୋଧ । ଆଜି ଆନ୍ଧ୍ର ସରକାରଙ୍କ ୩ ଜଣ ଅଧିକାରୀ କୋଟିଆ ପଞ୍ଚାୟତର ହରମାଣ୍ଡାଙ୍ଗିରେ ପଶି କୃଷି ଓ ଜୀବନଜୀବିକା ମିଶନ ଉପରେ ସର୍ଭେ କରୁଥିଲେ । ଲୋକଙ୍କୁ ଏକାଠି କରି ବୁଝାଉଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ କୋଟିଆ ଥାନା ପୋଲିସ, ପଟାଙ୍ଗି ବିଡିଓ ଓ ତହସିଲଦାର । ଆନ୍ଧ୍ରର ୩ ଅଧିକାରୀଙ୍କୁ ତାଗିଦ୍ କରିବା ପରେ ସେମାନେ ଫେରିଯାଇଥିଲେ ।
ଏହା ପ୍ରଥମ ଘଟଣା ନୁହେଁ । ବାରମ୍ବାର ଆନ୍ଧ୍ର ସରକାରଙ୍କ ଅଧିକାରୀ ଆସି ବିବାଦୀୟ କୋଟିଆରେ ପଶି ଲୋକଙ୍କୁ ସରକାରୀ ଯୋଜନା ବିଷୟରେ ବୁଝାଉଥିବା ଖବର ଆସିଛି । କିଛି ଦିନ ତଳେ ଆନ୍ଧ୍ର ଅଧିକାରୀ ନେରେଡିୱାଲସା ଆସି ଆନ୍ଧ୍ରର କିଛି ସରକାରୀ ଯୋଜନା ବିଷୟରେ ଲୋକଙ୍କୁ ଏକାଠି କରି ବୁଝାଇଥିଲେ । ତେବେ ପୁଲିସ ଓ ପ୍ରଶାସନିକ ଅଧିକାରୀ ବିରୋଧ କରିବା ପରେ ଫେରିଯାଇଥିଲେ । ଆଜି ଅନୁରୂପ ଘଟଣା ଘଟିଛି ।
ଅଧିକ ପଢ଼ନ୍ତୁ : କୋଟିଆ ପିଛା ଛାଡ଼ୁନି ଆନ୍ଧ୍ର; ଗଳାବାଟ ଦେଇ ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ର ଅଧିକାରୀ
କୋଟିଆ ପିଛା ଛାଡ଼ୁନି ଆନ୍ଧ୍ର । ବାରମ୍ବାର ବାରଣ ସତ୍ତ୍ୱେ ଗଳାବାଟ ଦେଇ ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ର ଅଧିକାରୀ । ନିକଟରେ କୋଟିଆର ତଳଗଞ୍ଜେଇ ପଦର ଗାଁରେ ଆନ୍ଧ୍ରର ସ୍ୱାସ୍ଥ୍ୟ ଟିମ ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଛି । ସାଲୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଭ୍ରାମ୍ୟମାଣ ଭ୍ୟାନ ତଳଗଞ୍ଜେଇ ପଦର ଗାଁରେ ପହଞ୍ଚି ସ୍ୱାସ୍ଥ୍ୟସେବା ଆରମ୍ଭ କରିଥିଲା । ଘଟଣାସ୍ଥଳରେ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପହଞ୍ଚି ଆନ୍ଧ୍ର ଅଧିକାରୀଙ୍କୁ ତାଗିଦ କରିବା ସହିତ ତୁରନ୍ତ ଜାଗା ଛାଡି ଚାଲିଯିବା ପାଇଁ କହିଥିଲେ । ପରେ ଅଧାରୁ ସ୍ୱାସ୍ଥ୍ୟସେବା ବନ୍ଦ କରି ଆନ୍ଧ୍ର ସ୍ୱାସ୍ଥ୍ୟ ଟିମ ଫେରି ଯାଇଥିଲେ ।
ଆଦିବାସୀ ଆନ୍ଦୋଳନ ନେତା ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ଅବସରରେ ଆଦିବାସୀ ମେଳା ଆୟୋଜନ କରିଥିଲା ଆନ୍ଧ୍ର । ଆନ୍ଧ୍ରର ଗୁଣବତ୍ତା ସାମଗ୍ରୀ ଗୁଡ଼ିକୁ କିଣିବା ନିମନ୍ତେ ଲୋକଙ୍କୁ କଲେ ସଚେତନ । କୋଟିଆର ସୀମାନ୍ତ ଗ୍ରାମ ନେରେଡିୱାଲାସାର ସାପ୍ତାହିକ ହାଟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
Follow Us