କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଗୋପୀନାଥପୁର ଗାଁରେ ସରକାରୀ ଜାଗା ଚିହ୍ନଟ ବେଳେ ଉତ୍ତେଜନା । ପ୍ରଶାସନର ପାତରଅନ୍ତର ନୀତିକୁ ବିରୋଧ । ନିର୍ଦ୍ଧିଷ୍ଟ କିଛି ଲୋକଙ୍କୁ ଉଦେଶ୍ୟମୂଳକ ଭାବେ ଅସୁବିଧାରେ ପକାଯାଉଛି । ଏଭଳି ଅଭିଯୋଗ ଆଣି ପ୍ରାଶାସନିକ ଅଧିକାରୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଗୋପୀନାଥପୁର ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ଏହି ଗାଁରେ ବହୁ ସରକାରୀ ଜାଗା ରହିଛି । ଗ୍ରାମବାସୀ ତାକୁ ଦୀର୍ଘ ବର୍ଷ ଧରି ନିଜ କବଜାରେ ରଖିଛନ୍ତି । ଏବେ ପ୍ରଶାସନ ସେହି ଜମି ଚିହ୍ନଟ କରିବା କରିବା ପ୍ରକ୍ରିୟା ଆରମ୍ଭ କରିଛି । ହେଲେ ସମସ୍ତଙ୍କ ପାଖରେ ଥିବା ଜମିକୁ ଉଚ୍ଛେଦ ନକରି କେବଳ ୩ରୁ ୪ ଜଣଙ୍କୁ ନୋଟିସ୍ ଆସିଛି । ସେମାନଙ୍କ ଘର ସାମ୍ନାରେ ଥିବା ସରକାରୀ ଜମି ଚିହ୍ନଟ ପାଇଁ ଆଜି ପ୍ରାଶାସନିକ ଅଧିକାରୀମାନେ ଆସିଥିଲେ । କେବଳ ଏହି ସ୍ଥାନ କାହିଁକି ପୂରା ଗାଁର ସରକାରୀ ଜାଗା ଚିହ୍ନଟ କରାଯାଉ ବୋଲି ଦାବି କରିଥିଲେ ଗ୍ରାମବାସୀ । ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାତ୍ର କିଛି ଜାଗା ଚିହ୍ନଟ କରାଯିବ କହିଛନ୍ତି ପ୍ରାଶାସନିକ ଅଧିକାରୀ । ଯାହାକୁ ବିରୋଧ କରି ଗାଁ ଲୋକ ପ୍ରଶାସନ ସହ ମୁଁହା ହୋଇଛନ୍ତି ।
ସରକାରୀ ଜାଗା ଚିହ୍ନଟ ବେଳେ ଉତ୍ତେଜନା, ପାତରଅନ୍ତର ନୀତିକୁ ବିରୋଧ
ବାଲେଶ୍ୱର ଭୋଗରାଇରେ ସରକାରୀ ଜାଗା ଚିହ୍ନଟ ବେଳେ ଉତ୍ତେଜନା । ପ୍ରଶାସନ ପାତରଅନ୍ତର ନୀତି କରୁଥିବା ଅଭିଯୋଗ କଲେ ଗ୍ରାମବାସୀ । ପ୍ରାଶାସନିକ ଅଧିକାରୀଙ୍କ ସହ ଗ୍ରାମବାସୀଙ୍କ ମୁହାଁମୁହିଁ ।
/kanak/media/media_files/2025/09/19/22-land-demarcation-2025-09-19-17-39-25.jpg)