କନକ ବ୍ୟୁରୋ : ଉଗ୍ର ରୂପ ନେଲା ବୋଲଗଡ଼ ବିଡିଓଙ୍କ ବଦଳି ଦାବିରେ ଆନ୍ଦୋଳନ । ଗୋଟିଏ ପଟେ ଧାରଣାରେ ଜନ ପ୍ରତିନିଧି । ଅନ୍ୟପଟରେ ଅଧ୍ୟକ୍ଷଙ୍କୁ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ, ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତେଜନା ଓ ବିଡିଓଙ୍କ ଗାଡ଼ି ଭଙ୍ଗାରୁଜା ହୋଇଛି । ପୋଲିସ ସହ ଆନ୍ଦୋଳନ କାରୀଙ୍କ ଧସ୍ତାଧସ୍ତି ଦେଖିବାକୁ ମିଳିଛି ।
ନିର୍ବାଚିତ ପ୍ରତିନିଧିଙ୍କ ୯ ଦିନ ଧାରଣା ପରେ ଗତକାଲି ଉଗ୍ରରୂପ ନେଇଥିଲା ଆନ୍ଦୋଳନ । ବିଡିଓ ସୁମନ ସୁଧା କୁଣ୍ଡୁ ସାଧାରଣତନ୍ତ୍ର ଦିବସରେ ମିଳିତ ପରେଡ୍ ନ କରାଇବା ସହ ନିଜେ ଅନୁପସ୍ଥିତ ରହି ସ୍ଥାନୀୟ ବିଧାୟକଙ୍କୁ ଅପମାନ କରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । ଗତକାଲି ବ୍ଲକ ଅଧକ୍ଷଙ୍କୁ ବ୍ଲକ କାର୍ଯ୍ୟାଳୟ ଭିତରକୁ ପ୍ରବେଶ ନ କରାଇବା ନେଇ ବିବାଦ ଉଗ୍ରରୂପ ନେଇଛି ।
ଅଧିକ ପଢନ୍ତୁ : ବିଡିଓଙ୍କୁ ନେଇ ଖୋର୍ଦ୍ଧା ବୋଲଗଡ଼ରେ ବିବାଦ ; କୁହୁଳୁଛି ଅସନ୍ତୋଷର ନିଆଁ
ବିଡିଓଙ୍କ ବଦଳି ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଦରେ ଅଡ଼ି ବସିଛନ୍ତି ଆନ୍ଦୋଳନକାରୀ । ଆଗକୁ ଆନ୍ଦୋଳନ ଜାରି ରଖିବା ସହ ପରିସ୍ଥିତି ଭୟଙ୍କର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି । ଆନ୍ଦୋଳନକୁ ୧୦ ଦିନ ହେବାକୁ ବସିଲାଣି କିନ୍ତୁ ଆନ୍ଦୋଳନକାରୀଙ୍କ ପାଖରେ ଜିଲ୍ଲାର କୌଣସି ଅଧିକାରୀ ନ ପହଞ୍ଚିବାକୁ ନେଇ ପ୍ରଶ୍ନ ଉଠିଛି । ଆନ୍ଦୋଳନକୁ ସମସ୍ତ ରାଜନୈତିକ ଦଳ ସମର୍ଥନ ଦେଇଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/19/bdo-2026-02-19-07-53-14.jpg)