କନକ ବ୍ୟୁରୋ: ଦିଲ୍ଲୀ ଛାତ୍ର ସଂସଦ ନିର୍ବାଚନରେ ପ୍ରବଳ ହଙ୍ଗାମା । ଅଧ୍ୟାପକ ଓ ଏନଏସୟୁଆଇ ସଦସ୍ୟଙ୍କ ମଧ୍ୟରେ ମାଡ଼ମରାମରି । ଭୋଟକୁ ନେଇ କଥାକଟାକଟି, ପରସ୍ପର ଉପରେ ଆକ୍ରମଣ ଅଭିଯୋଗ ହୋଇଛି । ୪ଟି ପଦ ପାଇଁ ପଡୁଛି ଭୋଟ । ଦିଲ୍ଲୀ ଛାତ୍ର ସଂସଦ ନିର୍ବାଚନ ପାଇଁ ପଡୁଛି ଭୋଟ୍। ପ୍ରେସିଡେଣ୍ଟ, ଭାଇସ ପ୍ରେସିଡେଣ୍ଟ, ସେକ୍ରେଟାରୀ ଓ ଜଏଣ୍ଟ ସେକ୍ରେଟାରୀ ପଦବୀ ପାଇଁ ଅନୁଷ୍ଠିତ ହେଉଛି ମତଦାନ। ଏହି ପ୍ରକ୍ରିୟାରେ ୫୨ଟି କଲେଜର ୧ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ନିଜ ନିଜର ମନ ପସନ୍ଦର ପ୍ରାର୍ଥୀଙ୍କ ସପକ୍ଷରେ ମତସାବ୍ୟସ୍ତ କରୁଛନ୍ତି। ଏହି ନିର୍ବାଚନ ୨ଟି ପର୍ୟ୍ୟାୟରେ ଅନୁଷ୍ଠିତ ହେଉଛି। ସକାଳ ୮ଟା ୩୦ରୁ ଦିନ ୧ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଭୋଟ୍ ଅନୁଷ୍ଠିତ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଭୋଟ ଦାନ ପ୍ରକ୍ରିୟା ଜାରି ରହିବ। ସେପଟେ ହିଂସାକୁ ନେଇ ନିର୍ବାଚନୀ ଫଳାଫଳ ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ। ଯେ ପର୍ଯ୍ୟନ୍ତ କ୍ୟାମ୍ପସ ମଧ୍ୟରୁ ବିଭିନ୍ନ ଦଳର ବ୍ୟାନର ପୋଷ୍ଟର ହଟା ନଯିବ ସେ ପର୍ଯ୍ୟନ୍ତ ଫଳାଫଳ ଘୋଷଣା କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ।
ଦିଲ୍ଲୀ ଛାତ୍ର ସଂସଦ ନିର୍ବାଚନରେ ପ୍ରବଳ ହଙ୍ଗାମା । ୪ଟି ପଦ ପାଇଁ ପଡୁଛି ଭୋଟ ।
ଅଧ୍ୟାପକ ଓ ଏନଏସୟୁଆଇ ସଦସ୍ୟଙ୍କ ମଧ୍ୟରେ ମାଡ଼ ମରାମରି । ଭୋଟକୁ ନେଇ କଥାକଟାକଟି, ପରସ୍ପର ଉପରେ ଆକ୍ରମଣ ଅଭିଯୋଗ । ୪ଟି ପଦ ପାଇଁ ପଡୁଛି ଭୋଟ । ଗୁରୁବାର ଏହି ନିର୍ବାଚନ ନେଇ ଆଦେଶ ଦେଇଥିଲେ । ମାତ୍ର ଏଲଜି ଓ ଆପ କଳି ଭିତରେ ଗତାକାଲି ଏହି ନିର୍ବାଚନ ହୋଇ ପାରି ନାହିଁ ।
/kanak/media/media_files/ooF7F8m8JgWTHmMmXLal.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)