ଉଦଳାରେ ହଷ୍ଟେଲ ଅନ୍ତେବାସୀଙ୍କ ମୃତ୍ୟୁ ପରେ ଉତ୍ତେଜନା ; ମୃତଦେହ ରଖି ରାସ୍ତାରୋକ କଲେ ଗ୍ରାମବାସୀ ।

ଉଦଳାରେ ହଷ୍ଟେଲ ଅନ୍ତେବାସୀଙ୍କ ମୃତ୍ୟୁ ପରେ ଉତ୍ତେଜନା ; ମୃତଦେହ ରଖି ରାସ୍ତାରୋକ କଲେ ଗ୍ରାମବାସୀ । ଅସୁସ୍ଥତା ପରେ ମେଡିକାଲରେ ଭର୍ତ୍ତି ହୋଇଥିଲେ କସ୍ତୁରବା ହଷ୍ଟେଲର ମଧୁସ୍ମିତା ବେହେରା ।

road block

କନକ ବ୍ୟୁରୋ: ଉଦଳାରେ ଏକ ହଷ୍ଟେଲରେ ଅନ୍ତେବାସୀଙ୍କ ମୃତ୍ୟୁ ପରେ ଉତ୍ତେଜନା। ମୃତଦେହ ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ ଏବଂ ପରିବାର ଲୋକେ। ଖୁଣ୍ଟା ଉଚ୍ଚ ବିଦ୍ୟାଳୟ କସ୍ତୁରବା ହଷ୍ଟେଲର ଅନ୍ତେବାସୀ ମଧୁସ୍ମିତା ବେହେରାଙ୍କ ଦେହ ଖରାପ ହୋଇଥିଲା। 

ତାଙ୍କୁ ଚିକିତ୍ସା ନିମନ୍ତେ ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଛାତ୍ରୀଙ୍କ ମୃତ୍ୟୁ ପରେ ତେଜିଛି ଅସନ୍ତୋଷ। ମୃତଦେହ ରଖି ପରିବାର ଲୋକେ ଉଦଳା - ବାରିପଦା ରାଜ୍ୟ ରାଜପଥର ଖୁଣ୍ଟା ଛକ ନିକଟରେ ରାସ୍ତା ଅବରୋଧ କରାଯାଇଥିଲା। କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରାଯାଇଥିବା ବେଳେ ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe