କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଡେରାବିଶବ୍ଲକ ପରିସରରେ ହାଇଡ୍ରାମା, ହାତାହାତି ହେଲେ ଦୁଇ ବିଜେଡି ନେତା । କେନ୍ଦ୍ରାପଡା ଡେରାବିଶ ବ୍ଲକର ପୂର୍ବତନ ଅଧକ୍ଷ ସରୋଜ ସାହୁ ଓ ଟିକେଟ ଆଶାୟୀ ଅଜୟ ରାଉତ ମୁହାଁମୁହିଁ ହୋଇଛନ୍ତି । ଦୁଇ ନେତା ପରସ୍ପର ପ୍ରତି ଆକ୍ରମଣ ପ୍ରତିଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ଅଜୟ ରାଉତଙ୍କ ଅଭିଯୋଗ ଅନୁଯାୟୀ ସରୋଜ ସାହୁ ତାଙ୍କ ଠାରୁ ୧୨ଲକ୍ଷ ଟଙ୍କା ନେଇଥିଲେ । ଏହି ଟଙ୍କା ମାଗିବାରୁ ସରୋଜ ତାଙ୍କ ଉପରେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଡେରାବିଶ ବ୍ଲକର ବିଡ଼ିଓ ଉଭୟଙ୍କୁ ବୁଝାସୁଝା କରିଥିଲେ ।
ବ୍ଲକ ପରିସରରେ ବିଜେଡ଼ି ନେତାଙ୍କ ହାଇଡ୍ରାମା । ବିଡିଓଙ୍କ ହସ୍ତକ୍ଷେପ ପରେ କମିଲା ଉତ୍ତେଜନା ।
କେନ୍ଦ୍ରାପଡା ଡେରାବିଶ ବ୍ଲକ ସମ୍ମୁଖରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଓ ବିଜେଡି ନେତା ମାରପିଟ୍ । ଟଙ୍କା କାରବାରକୁ ନେଇ ପରସ୍ପରକୁ କଲେ ଆକ୍ରମଣ । ବିଡ଼ିଓଙ୍କ ହସ୍ତକ୍ଷେପ ପରେ କମିଲା ଉତ୍ତେଜନା ।
/kanak/media/media_files/2024/11/22/a2VIgXmGDaOrNTyQdVQj.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)