ମୋହନା କର୍ଚ୍ଚବାଡ଼ି ସ୍କୁଲରେ ଉତ୍ତେଜନା, ନିଶାସକ୍ତ ଅବସ୍ଥାରେ ଛାତ୍ରଙ୍କୁ ପିଟିଲେ ପିଅନ

ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଆସି ଖେଳୁଥିଲେ । ଏହି ସମୟରେ ସେଠାରେ ଥିବା ପିଅନ ବୃନ୍ଦାବନ ମଳିକ ନିଶାସକ୍ତ ଅବସ୍ଥାରେ ଛାତ୍ରଙ୍କୁ ବାଡେଇଥିଲେ । ପରେ ବିଦ୍ୟାଳୟକୁ ଅଭିଭାବକ ମାନେ ଆସିବା ପରେ ଉତ୍ତେଜନା ଦେଖା ଦେଇଥିଲା ।

VFDSFDDSDFD

କନକ ବ୍ୟୁରୋ : ଛାତ୍ରଙ୍କୁ ମାଡ଼ ମାରିଲେ ପିଅନ, ବିଦ୍ୟାଳୟରେ ଉତ୍ତେଜନା । ଗଜପତି ମୋହନା ବ୍ଲକ କର୍ଚ୍ଚବାଡ଼ି ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି । ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଆସି ଖେଳୁଥିଲେ । ଏହି ସମୟରେ ସେଠାରେ ଥିବା ପିଅନ ବୃନ୍ଦାବନ ମଳିକ ନିଶାସକ୍ତ ଅବସ୍ଥାରେ ଛାତ୍ରଙ୍କୁ ବାଡେଇଥିଲେ । ପରେ ବିଦ୍ୟାଳୟକୁ ଅଭିଭାବକ ମାନେ ଆସିବା ପରେ ଉତ୍ତେଜନା ଦେଖା ଦେଇଥିଲା । ସ୍କୁଲ ପିଅନ ମଧ୍ୟ ନିଶାସକ୍ତ ଅବସ୍ଥାରେ ମାଡ଼ ମାରିଥିବା କଥାକୁ ସ୍ବୀକାର କରିଛନ୍ତି । ଉତ୍ତେଜନା ହେବାରୁ ମୋହନା ବ୍ଲକ ଶିକ୍ଷା ଅଧିକାରୀ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରିବା ପରେ ଶାନ୍ତ ପଡିଥିଲା । ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ସରକାର ଘୋଷଣା କରିଥିବା ବେଳେ ଛାତ୍ର ଛାତ୍ରୀଙ୍କୁ ଏଭଳି ମାଡ଼ ମାରିବା କେତେ ଦୂର ଠିକ୍‌ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe