ଡିଜେ ଗାଡ଼ି ଅଟକାଇବାରୁ ଉତ୍ତେଜନା : ପ୍ରତିବାଦ କରି ରାସ୍ତାରେ ବସିଲେ ମହିଳା

ଗତକାଲି ରାତିରେ ଗଣେଶ ଭସାଣିରେ ଏଭଳି ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଚ୍ଚଶବ୍ଦରେ ଡିଜେ ବଜାଇବାକୁ ବାରଣ କରିଥିଲା ପୁଲିସ ।

DJ

DJ Photograph: (KanakNews)

କନକ ବ୍ୟୁରୋ : ଡିଜେ ଗାଡ଼ି ଅଟକାଇବାରୁ ଉତ୍ତେଜନା । ପ୍ରତିବାଦ କରି ରାସ୍ତାରେ ବସିଲେ ମହିଳା । ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ପାକନପୁର ଛକରେ ପୁଲିସ-ଜନତା ମୁହାଁମୁହିଁ ହୋଇଛନ୍ତି । ଗତକାଲି ରାତିରେ ଗଣେଶ ଭସାଣିରେ ଏଭଳି ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଚ୍ଚଶବ୍ଦରେ ଡିଜେ ବଜାଇବାକୁ ବାରଣ କରିଥିଲା ପୁଲିସ । ଏହାକୁ ନେଇ ପୁଲିସ ସହିତ ଯୁକ୍ତିତର୍କ ହୋଇଥିଲା । ଡିଜେ ଗାଡ଼ିକୁ ପୁଲିସ ଜବତ କରି ଥାନାକୁ ଆଣିବାକୁ ଉଦ୍ୟମ କରିବା ବେଳେ ଗାଡ଼ି ଆଗରେ ମହିଳାମାନେ ବସି ପ୍ରତିବାଦ କରିଥିଲେ। ଘଟଣା ସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe