କନକ ବ୍ୟୁରୋ: ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ପ୍ରାୟ ସାଢେ ୮ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟାରେ ଠକେଇ ଅଭିଯୋଗ। ଓଡ଼ିଶା ପବ୍ଲିକ ୱାର୍କ୍ସ ଡିପାର୍ଟମେଣ୍ଟ ନିୟମକୁ ଫୁ କରି ମନଇଚ୍ଛା ଟେଣ୍ଡର ହୋଇଥିବା ଅଭିଯୋଗ। ସିକ୍ୟୁରିଟି, ଲଣ୍ଡ୍ରି ଓ ହାଉସ କିପିଂ ପାଇଁ ଜାନୁଆରୀ ୨ରେ ଟେଣ୍ଡର ଡକା ଯାଇଥିଲା । ୯ ଜାନୁଆରୀରେ ସିଡିଏମଓ, ଡିପିଏମଙ୍କ ଉପସ୍ଥିତିରେ ପ୍ରି-ବିଡ଼ିଂ ବୈଠକ ବସିଥିଲା । ଜାନୁଆରୀ ୨୪ରେ ଟେଣ୍ଡର ଯାଞ୍ଚ ହେବ, ହେଲେ ସେମିତି କିଛି ହେଲାନି। ଟେଣ୍ଡର ଆବେଦନର ଯାଞ୍ଚ ହୋଇନି! ବିନା ସୂଚନାରେ ସିକ୍ୟୁରିଟି ଓ ଲଣ୍ଡ୍ରି ପାଇଁ ହୋଇଥିବା ଟେଣ୍ଡର ବାତିଲ କରାଗଲା। 
ହାଉସ କିପିଂ ପାଇଁ ୭ ଜଣ ଆବେଦନ କରିଥିବା ବେଳେ ୨ଜଣ ଯୋଗ୍ୟ ବିବେଚିତ। ଭିତିରିଆ ଆଉ ଜଣଙ୍କୁ ଟେଣ୍ଡର ପ୍ରକ୍ରିୟାରେ ସାମିଲ କରିବାକୁ ମସୁଧା ଚାଲିଥିବା ସମାଜସେବୀ ଅଭିଯୋଗ କରିଛନ୍ତି।
ସେପଟେ ଜୁଲାଇ ୩ରୁ ପୁରୁଣା ଟେଣ୍ଡର ଅବଧି ସରିଛି। ଅଗଷ୍ଟ ୨୨ରେ ପୁରୁଣା ଟେଣ୍ଡର ଅବଧି ୬୦ ଦିନ ବୃଦ୍ଧି ହୋଇଛି। ବିନା ଟେଣ୍ଡରରେ କାହିଁକି ଓ କାହା ସ୍ୱାର୍ଥରେ ଅବଧି ବଢ଼ିଲା? ବୋଲି ପ୍ରଶ୍ନ ଉଠିଛି। ଏଭଳି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ପାଇଁ ଓଡ଼ିଶା ବାର କାଉନସିଲ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରାଯାଇଛି । ଟେଣ୍ଡର ସ୍କାମକୁ କ୍ଷମା ଦିଆଯିବ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/gytlONM0E0wWsluRAsrJ.jpg)