କନକ ବ୍ୟୁରୋ :  ଧୁମଧାମରେ ଚାଲିଛି ମାଆ ମହାକାଳୀଙ୍କ ପୂଜାର୍ଚ୍ଚନା । ମାଆଙ୍କ ଦର୍ଶନ ପାଇଁ ଦରଦୂରାନ୍ତରୁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ରାୟଗଡାରେ ମହାଆଡମ୍ବରରେ ଚାଲିଛି ମାଆ ଦକ୍ଷିଣ କାଳିଙ୍କ ଦଶମହାବିଦ୍ୟା ପୂଜା । ଏଥିପାଇଁ ଉତ୍ସବମୂଖର ହୋଇଉଠିଛି  ପରିବେଶ । ସମ୍ପୁର୍ଣ୍ଣ ରିତିନିତି ଅନୁଯାୟୀ ମଣ୍ଡପରେ ମାଆଙ୍କୁ ପୂଜାର୍ଚ୍ଚନା କରାଯାଉଛି । ପ୍ରତିନ ମାଆ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଶେଷ ଦିନ ମାଆ ବାଲ୍ୟକୁମାରୀ ଭାବେ ପୂଜିତ ହେବାର ରହିଛି ପରମ୍ପରା । ମାଆଙ୍କ ସ୍ବତନ୍ତ୍ର ପୂଜା ସହିତ ଆଳତୀ ଦେଖିବାକୁ ଲାଗୁଛି ଭିଡ । ମାଆ ୧୦ ଦିନ ଧରି ପୂଜା ପାଇବା ପରେ ଆସନ୍ତା ୧୦ ତାରିଖ ଦିନ ମା’ଙ୍କ  ବିସର୍ଜନ କରାଯିବ । ଏହି ସ୍ୱତନ୍ତ୍ରତା ପୂଜା ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । 

Advertisment

ଅନ୍ୟପଟେ ପୂଜା ଅବସରରେ ମିନାବଜାର, ଫୁଡଷ୍ଟଲରେ  ଭିଡ ଜମୁଛି । ସୁଦୂର ରାଜସ୍ଥାନର ହ୍ୟାଣ୍ଡଲୁମ୍ ଜିନିଷ ସହ କଟକ ଓ ପୁରୀର ପ୍ରସିଦ୍ଧ ଚାଟ ଓ ଠୁଙ୍କାପୁରି ଖାଦ୍ୟର ଷ୍ଟଲରେ ଭିଡ ଜମୁଛି । ଏହା ସହିତ ଛୋଟ ଛୋଟ ପିଲାଙ୍କ ମନରଞ୍ଜନ ପାଇଁ ଦୋଳିର ମଜା ନେଉଛନ୍ତି । ସେହିପରି ଶ୍ରଦ୍ଧାଳୁଙ୍କ ମନରଞ୍ଜନ ପାଇଁ ବିଭିନ୍ନ ପ୍ରକାରର ଦୋଳି ସହ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଫଳରେ ସ୍ଥାନିୟ ଲୋକଙ୍କ ସହ ଜିଲ୍ଲାର ବିଭିନ୍ନ ଅଚଂଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଦାଳୁଙ୍କ ସୁଅ ଛୁଟୁଛି । ମହାଆଡମ୍ବରରେ ମାଆ ଦକ୍ଷିଣ କାଳିଙ୍କ ଦଶମହାବିଦ୍ୟା ପୂଜା ଆୟୋଜନ କରାଯାଇଛି ।